• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

EPFO ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏଣିକି ଘରେ ବସି କରିହେବ ଇପିଏଫ୍‌ ଡିଟେଲ୍ସ ଅପ୍‌ଡେଟ୍‌ । ଯଦି କୌଣସି EPFO ଉପଭୋକ୍ତାଙ୍କ ନାଁ କିମ୍ବା ଅନ୍ୟ ଡିଟେଲ୍ସ EPFO ସାଇଟ୍‌ରେ ଭୁଲ ରହିଛି । ତେବେ ଏବେ ଆଉ ବ୍ୟସ୍ତ ହେବା ଆବଶ୍ୟକ ନାହିଁ କିମ୍ବା ବାରମ୍ବାର EPFO କାର୍ଯ୍ୟାଳୟକୁ ଦୌଡ଼ିବାର ନାହିଁ । EPFO ପକ୍ଷରୁ ଏବେ ଗ୍ରାହକଙ୍କୁ ଘରେ ବସି KYC ଅପ୍‌ଡେଟ୍‌ କରିବାର ସୁବିଧା ଦେଇଛି । ତେବେ ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍‌ ଇନ୍‌ କରିବାକୁ ହେବ ।

ନିକଟ ଅତୀତରେ ସଂସ୍ଥା ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଉପଭୋକ୍ତା କିଭଳି ନିଜର EPFO ସାଇଟ୍‌ରେ ଲଗ୍‌ ଇନ୍‌ କରି ନିଜର ଜନ୍ମ ତିଥି ଏବଂ ଅନ୍ୟ KYC ଡିଟେଲ୍ସ ଯେମିତିକି ଆଧାର ନମ୍ବର ଆଦି ଅପ୍‌ଡେଟ୍‌ କରିହେବ, ତାହା ଦର୍ଶାଯାଇଛି । ତେବେ ଏହି ଅପସ୍‌ନ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନଙ୍କ ପ୍ରକୃତ ଜନ୍ମ ତିଥି ଓ EPFO ସାଇଟ୍‌ରେ ଥିବା ତାରିଖ ମଧ୍ୟରେ ୩ ବର୍ଷର ପାର୍ଥକ୍ୟ ଥିବ ।

ସେମାନେ ଯଦି ଚାହିଁବେ ତେବେ ପ୍ରମାଣ ସ୍ୱରୂପ ନିଜର ଆଧାର କାର୍ଡ ଫଟୋ ଅପଲୋଡ୍‌ କରି ନିଜର KYC ଡିଟେଲ୍ସ ଅପ୍‌ଡେଟ୍‌ କରିପାରିବେ । ଏହାସହ ସେମାନଙ୍କୁ ଅନ୍ୟ ସପୋର୍ଟିଂ ଡକ୍ୟୁମେଣ୍ଟ ମଧ୍ୟ ଦେବାକୁ ପଡ଼ିବ ।

ସେହି ସପୋର୍ଟିଂ ଡକ୍ୟୁମେଣ୍ଟ ଗୁଡ଼ିକ ହେଲା..

୧- ଜନ୍ମ ପ୍ରମାଣ ପତ୍ର ବା ବାର୍ଥ ସାର୍ଟିଫିକେଟ୍

୨- .ମାଟ୍ରିକ୍‌ ସାର୍ଟିଫିକେଟ୍ ବା ସ୍କୁଲ କିମ୍ବା କଲେଜର ସାର୍ଟିଫିକେଟ୍

୩- କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କୌଣସି ସଂସ୍ଥାର ସାର୍ଟିଫିକେଟ୍‌

୪- ପାସପୋର୍ଟ

୫- ଯେକୌଣସି ସରକାରୀ ସଂସ୍ଥା ଦ୍ୱାରା ଇସ୍ୟୁ କରାଯାଇଥିବା ଡକ୍ୟୁମେଣ୍ଟ