Advertisment

ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଲେ ବିଏସଏଫ ଯବାନ

ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।

author-image
Minati Mishra
ଅଦ୍ୟତନ ହୋଇଛି
BSF shooting a pakistani drone from ground

BSF shooting a pakistani drone from ground

ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।

Advertisment

ଭାରତ ସୀମାରେ ଶୁକ୍ରବାର ସକାଳୁ ସକାଳୁ ପୁଣି ଡ୍ରୋନ ଉଡାଉଥିଲା ପାକିସ୍ତାନ। ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ପକ୍ଷରୁ ଏହାକୁ ଗୁଳି କରି ଖସାଇ ଦିଆଯାଇଛି। ଆଜି ସକାଳ ପ୍ରାୟ ୪ଟା ୩୦ ସମୟରେ ଅମୃତସର ନିକଟ ଭାରତ-ପାକ ଆନ୍ତର୍ଜାତିକ ସୀମାରେ ଏହି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା ।
ବିଏସଏଫ ସୂଚନା ଅନୁଯାୟୀ, ଶାହପୁର ସୀମାରେ ଭାରତ ଆକାଶରେ ଡ୍ରୋନ ଉଡୁଥିବା ଦେଖି ବିଏସଏଫ ଯବାନ ଏହାକୁ ଗୁଳିକରି ଖସାଇ ଦେଇଥିଲେ। ଏହାକୁ ପାକିସ୍ତାନ ରେଞ୍ଜର ବର୍ଡର ‍ପୋଷ୍ଟ ଦେଓରୀରୁ ଛଡା ଯାଇଥିଲା। ଏହା ପରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା। ହେଲେ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିବା କୁହାଯାଉଛି।

BSF Jawans BSF Pakistani Drone
Advertisment
Advertisment