Advertisment

ଭାରତୀୟ ବଂଶୋଦ୍ଭବ ନୀଲ୍‌ ମୋହନ YouTube ର ନୂଆ ସିଇଓ

ଗୁଗଲ୍‌, ଆଡୋବ, ପେପ୍‌ସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଭାରତୀୟ। YouTubeର ସିଇଓ ସୁସାନ୍ ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ୍‌ ମୋହନ ପରବର୍ତ୍ତୀ ସିଇଓ ହେବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Neal Mohan An Indian American To Be New CEO of YouTube

Neal Mohan An Indian American Will Become The Next CEO Of YouTube

ଗୁଗଲ୍‌, ଆଡୋବ, ପେପ୍‌ସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଭାରତୀୟ। YouTubeର ସିଇଓ ସୁସାନ୍ ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ୍‌ ମୋହନ ପରବର୍ତ୍ତୀ ସିଇଓ ହେବେ। ଏନେଇ ସେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ୯ ବର୍ଷର ଦାୟିତ୍ୱ ପରେ ବ୍ୟକ୍ତିଗତ କାରଣ ପାଇଁ ସୁସାନ୍ ପଦ ଛାଡ଼ିଛନ୍ତି।

Advertisment

ଭାରତୀୟ ବଂଶୋଦ୍ଭବ ୪୯ ବର୍ଷୀୟ ନୀଲ୍‌ ମୋହନ ଜଣେ ଆମେରିକାନ୍ ଟେକ୍ ଜିଆଣ୍ଟ। କାଲିଫର୍ଣ୍ଣିଆ ସ୍ଥିତ ଷ୍ଟ୍ରାଟଫୋଡ୍‌ ୟୁନିଭର୍ସିଟିରୁ ଇଲେକଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ୨୦୦୮ରେ ସେ ଗୁଗଲ୍‌ରେ ଯୋଗ ଦେଇଥିଲେ। ଗୁଗଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ନୀଲ୍‌। ୟୁଟ୍ୟୁବକୁ ଗୁଗଲ୍‌ ଅକ୍ତିଆର କରିବା ପରେ ୨୦୧୫ରେ ନୀଲ୍‌ ମୋହନ ଚିଫ୍ ପ୍ରଡକ୍ଟ ଅଫିସର ହୋଇଥିଲେ। ତାଙ୍କ ସମୟରେ ୟୁଟ୍ୟୁବରେ ଟିଭି, ମ୍ୟୁଜିକ, ପ୍ରିମିୟମ୍  ଓ ବହୁଳ ପ୍ରସାରିତ Shorts ପ୍ରଚଳନ ହୋଇଥିଲା।

ଅଧିକ ପଢ଼ନ୍ତୁ: ଏଲନ୍‌ଙ୍କ ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ହଙ୍ଗାମା ! ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଉଛନ୍ତି ୟୁଜର୍ସ

Advertisment

ସୂଚନାଥାଉ କି, ୧୯୯୬ ମସିହାରେ ନୀଲ୍‌ ମୋହନ Accenture ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ନେଟ୍‌ଗ୍ରାଭିଟି( NetGravity) ଜଏନ୍‌ କରିଥିଲେ।

ଦେଖନ୍ତୁ ଭିଡିଓ | ୟୁଟ୍ୟୁବ ଦେଉଛି ୭ ଲକ୍ଷ ନିଯୁକ୍ତି

YouTube
Advertisment
Advertisment