• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁଟ୍ୟୁବ କିଣିବାକୁ ଏଲନ୍‌ ମସ୍କଙ୍କୁ ଉସ୍‌କାଲେ ୟୁଜର୍ସ । ଟ୍ୱିଟରରେ ୟୁଟ୍ୟୁବ୍‌ ଆଡ୍‌ ସମ୍ବନ୍ଧୀୟ ମନ୍ତବ୍ୟ ଦେବା ପରେ ଏବେ ସୋସିଆଲ ମିଡିଆରେ ଏଲନ୍‌ ମସ୍କୁଙ୍କୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ୱିଟର ୟୁଜର୍ସମାନେ ଏଲନ୍‌ ମସ୍କଙ୍କୁ ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଇଛନ୍ତି ।

ଗୋଟିଏ ପଟେ ଟ୍ୱିଟର କିଣିବାକୁ ବଡ଼ ଅଫର ଦେବା ପରେ ବି ଏବେ ସୁଦ୍ଧା ବିଫଳ ଏଲନ୍‌ ମସ୍କ । କିଛି ଦିନ ପୂର୍ବରୁ ଏଲନ୍‌ ମସ୍କ ଟ୍ୱିଟର କିଣିବାକୁ ଇଚ୍ଛା କରିଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏମିତିକି ଟ୍ୱିଟର କିଣି ସାରିବା ପରେ ଏଲନ୍‌ ମସ୍କ, ସେଥିରେ କ’ଣ ସବୁ ଫିଚର ବଦଳାଇବେ ସେନେଇ ମଧ୍ୟ ଚିନ୍ତା କରିସାରିଥିଲେ । ହେଲେ ଏବେ ସୁଦ୍ଧା ଟ୍ୱିଟର ସମ୍ପୂର୍ଣ୍ଣ ରୂପେ ତାଙ୍କର ହୋଇପାରି ନାହିଁ । କାରଣ ଏଲନ୍‌ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।

 

ଗତ ୭ ତାରିଖରେ ଟେଲ୍‌ସା ସିଇଓ ଏଲନ୍‌ ମସ୍କ ୟୁଟ୍ୟୁବ୍‌ରେ ‘ସ୍କାମ ଯୁକ୍ତ ବିଜ୍ଞାପନ’କୁ ନେଇ ଏକ ଟ୍ୱିଟ୍‌ କରିଥିଲେ । ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ଟ୍ୱିଟ୍‌ କରିଥିଲେ ଯେ, ୟୁଟ୍ୟୁବ୍‌ରେ ଭିଡିଓ ଦେଖିବା ବେଳେ ନନ୍‌ ଷ୍ଟପ୍‌ ସ୍କାମ ଯୁକ୍ତ ବିଜ୍ଞାପନ ଆସୁଛି । ଏହା ପରେ ୟୁଟ୍ୟୁବ୍‌କୁ ନେଇ ଏକ ମେମ୍‌ ପୋଷ୍ଟ କରିଥିଲେ ଏଲନ୍ ।

ତେବେ ଏଲନ୍‌ଙ୍କ ଏହି ଟ୍ୱିଟ୍‌ ପରେ, ଅନେକ ତାଙ୍କ ପୋଷ୍ଟକୁ ରି-ଟ୍ୱିଟ୍‌ କରିଛନ୍ତି । ଏହାସହ କମେଣ୍ଟରେ ଲେଖିଛନ୍ତି ଯେ, ଖୁବ୍‌ ଶୀଘ୍ର ୟୁଟ୍ୟୁବ୍‌ କିଣି ଦିଅନ୍ତୁ ଏଲନ୍‌ ମସ୍କ । ତେବେ ଏଭଳି କମେଣ୍ଟ ପଛରେ ମଧ୍ୟ କିଛି ଯଥାର୍ଥ ରହିଛି । ଗତ ଥର ଟ୍ୱିଟର କିଣିବା କଥା ଚର୍ଚ୍ଚାକୁ ଆସିବା ପୂର୍ବରୁ ଏଲନ୍‌ ଟ୍ୱିଟର୍‌କୁ ନେଇ ଏମିତି କିଛି କମେଣ୍ଟ କରିଥିଲେ । ଆଉ ଏଥର ୟୁଟ୍ୟୁବ୍‌କୁ ନେଇ ସେମିତି ପୋଷ୍ଟ କରିଛନ୍ତି ଏଲନ୍ । ଯାହାଫଳରେ ୟୁଜର୍ସମାନେ ତାଙ୍କୁ ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଇଛନ୍ତି ।

 

ଜଣେ ୟୁଜର୍ସ ଏଲନ୍‌ଙ୍କୁ ତାତ୍ସଲ୍ୟ କରି ଲେଖିଛନ୍ତି ଯେ, ‘ଥରେ ଭାବନ୍ତୁ, ମୁଁ ଦୁନିଆର ସବୁଠୁ ବଡ଼ ଧନୀ । ହେଲେ ବିଜ୍ଞାପନରୁ ଛୁଟକାରା ପାଇବା ପାଇଁ ମାତ୍ର ୧୧.୯୯ ଡଲାର ଖର୍ଚ୍ଚ କରିପାରୁନି ।