• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀରେ ଭୁଶଡିଲା କୋଠା । ଭଙ୍ଗା କୋଠା ତଳେ ଫସିରହିଛନ୍ତି ୫ ଶ୍ରମିକ । ଘଟଣାସ୍ଥଳରେ ପହଞ୍ଚିଲା ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ । ପୂର୍ବରୁ ଘରକୁ ବିପଦଶଙ୍କୁଳ ଘୋଷଣା କରାଯାଇଥିଲା । ଏହି ଦୁର୍ଘଟଣା ଦିଲ୍ଲୀ ସତ୍ୟନିକେତନ ଅଞ୍ଚଳରେ ଘଟିଛି । ଏନ୍‌ଡିଆର୍‌ଏଫ୍‌ ଏହି ଦୁର୍ଘଟଣାସ୍ଥଳରୁ ଜଣଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଯୁବକ ଜଣକ ମଧ୍ୟ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ଅନ୍ୟମାନେ ଏବେବି ଫସି ରହିଛନ୍ତି । ମରାମତି ଚାଲିଥିବା ବେଳେ କୋଠାଟି ଭୁଶୁଡ଼ି ପଡିଛି ।

ଏନଡିଆରଏଫ୍‌ ଓ ୬ଟି ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସତ୍ୟ ନିକେତନ ଅଞ୍ଚଳରେ ଥିବା ୧୭୩ ନମ୍ବରର ଏହି କୋଠାକୁ ଗତ ମାର୍ଚ୍ଚ ୩୧ରେ ବିପଦଶଙ୍କୁଳ ଘୋଷଣ କରାଯାଇଥିଲା । ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅବଗତ ଯାଇଥିଲା । କୋଠାର ମରାମତି ଚାଲିଥିବା ବେଳେ ଆଜି ହଠାତ୍ ଭୁଶୁଡ଼ି ପଡିଥିଲା ।