• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହିଳାଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଲେ ଏନଡିଆରଏଫ୍ ଯବାନ, ବଞ୍ଚିଗଲା ଜୀବନ । ଏନଡିଆରଏଫ୍ ଯବାନ ଓ ଅଗ୍ନିଶମ କର୍ମଚାରୀ ସାହସିକତା ଦେଖାଇ ଜଣେ ମହିଳାଙ୍କୁ ଉଛୁଳା ନଈର ସୁଅରୁ ବଞ୍ଚାଇ ଦେଇଛନ୍ତି । ଗୁଜରାଟ ଛୋଟା ଉଦୟପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏହି ଘଟଣା । ବର୍ଷା ବିତ୍ପାତରେ ବେଶି ପ୍ରଭାବିତ ହୋଇଛି ଗୁଜରାଟର ଛୋଟା ଉଦୟପୁର ଜିଲ୍ଲା । ଏହି ଜିଲ୍ଲା କାଁୱଟ ଗାଁର ଜଣେ ମହିଳା ଅଚାନକ ବଢି ପାଣି ଆସିବାରୁ ପାହାଡ଼ରେ ଫସିଯାଇଥିଲେ ।

ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ । ଏହାପରେ ଯବାନ ମାନେ ସଂପୃକ୍ତ ମହିଳାଙ୍କୁ ପାଣି ଭିତରେ ପିଠରେ ପକାଇ ଧୀରେ ଧୀରେ କୂଳକୁ ଆସିଥିଲେ ।

ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କୂଳ ପର୍ଯ୍ୟନ୍ତ ଆସିବା କଷ୍ଟସାଧ୍ୟ ଥିଲା । ତେବେ NDRF ଓ ଅଗ୍ନିଶମ କର୍ମଚାରୀ ଏହାକୁ ଖାତିର ନକରି ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହି ରେସ୍କ୍ୟୁ ଅପରେସନ ଦେଖିବା ପରେ ସମସ୍ତେ ଏନଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ସାବାସି ଦେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now