• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି। ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଏହି ଗୌରବର ଅଧିକାରୀ ହେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମ ଥର ଓ ୨୦୧୯ରେ ଦ୍ବିତୀୟ ଥର ବନିଥିଲେ ପିଏମ୍ । ୨୦୦୧ ରୁ ୨୦୧୪ ଯାଏଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶପଥ ନେଲେ ଟିମ୍‌ କ୍ୟାବିନେଟ । 

କ୍ୟାବିନେଟ ମନ୍ତ୍ରୀ ତାଳିକା..

୧. ରାଜନାଥ ସିଂହ

୨. ଅମିତ ଶାହ

୩.ନୀତିନ ଗଡ଼କରୀ

୪.ଜଗତ ପ୍ରକାଶ ନଡ୍ଡା

୫. ଶିବରାଜ ସିଂ ଚୌହାନ

ମୋଦି ୧୦ ବର୍ଷର ପ୍ରଧାନମନ୍ତ୍ରିତ୍ବ ଭିତରେ ନେଇଛନ୍ତି ଅନେକ ବଡ଼ ନିଷ୍ପତ୍ତି । ସ୍ବଚ୍ଛ ଭାରତ, GST, ବିମୁଦ୍ରୀକରଣ, ଧାରା ୩୭୦ ଉଚ୍ଛେଦ, CAA ଆତ୍ମନିର୍ଭର ଭାରତ ଓ ମେକ୍-ଇନ୍-ଇଣ୍ଡିଆକୁ ଦେଇଛନ୍ତି ଗୁରୁତ୍ବ । ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ମୋଦିଙ୍କ ନେତୃତ୍ବରେ ବିଶ୍ବ ସ୍ତରରେ ବଢ଼ିଛି ଭାରତର ଦବ୍ ଦବା  । 

ସେହିପରି ସ୍ବଦେଶୀ କୋଭିଡ୍ ଟିକା ବହୁ ଦେଶକୁ ଯୋଗାଇ ସାଉଁଟିଛନ୍ତି ଖ୍ୟାତି। ପ୍ରତିକୂଳ ସ୍ଥିତିରେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର କରିବାରେ ସମର୍ଥ । ଫିଟନେସ୍ ପାଇଁ ଅନେକଙ୍କ ଆଇକନ୍ ଏହି ୭୩ ବର୍ଷୀୟ ନେତା ।  ଅଯୋଧ୍ୟା ରାମ ମନ୍ଦିର ସ୍ବପ୍ନ ସାକାର କରିବାରେ ରହିଛି ବଡ଼ ଭୂମିକା । ମିଶନ ଚନ୍ଦ୍ରୟାନ-ଥ୍ରୀକୁ ସଫଳ କରିବାରେ ରହିଛି ମୋଦିଙ୍କ ବଡ଼ ପ୍ରେରଣା । ୨୦୪୭ ସୁଦ୍ଧା ମୋଦିଙ୍କ ବଡ଼ ଲକ୍ଷ୍ୟ ବିକଶିତ ଭାରତ ଓ ବିଶ୍ବର ତୃତୀୟ ଅର୍ଥନୀତି । 

OTV is now on Whatsapp

Join and get latest news update delivered to you via whatsapp

Join Now