Advertisment

Mumbai Airport: ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ; ଯାତ୍ରୀ ଭୟଭୀତ, ଆଲର୍ଟରେ ପୋଲିସ୍

ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇବାକୁ ତିନିଟି ମୋବାଇଲ୍ ନମ୍ବରରୁ ମିଳିଛି ଧମକ। ଏହି କଲ୍‌ଗୁଡ଼ିକ ଆସାମ ଓ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ସକ୍ରିୟ ମୋବାଇଲ ନମ୍ବରଗୁଡ଼ିକରୁ କରାଯାଇଥିଲା। ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତରେ ଲାଗିପଡ଼ିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Airport

Airport

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମିଳିଛି ବୋମା ଧମକ। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। କଲ୍‌ ପରେ ଆଜାଦ ମଇଦାନ ଥାନାର ପୁଲିସ କଲ କରିଥିବା ଅଜଣା ବ୍ୟକ୍ତି ବିରୋଧରେ ତଦନ୍ତ ଆରମ୍ଭ କରିଛି। ଅଜଣା ବ୍ୟକ୍ତି ଜଣକ କଲ୍‌ କରି କହିଥିଲେ ଯେ ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଅଛି ଏବଂ କିଛି ସମୟ ମଧ୍ୟରେ ବିସ୍ଫୋରଣ ହେବ। ଏପରି ଧମକପୂର୍ଣ୍ଣ କଲ୍‌ ଆସିବା ମାତ୍ରେ ମୁମ୍ବାଇ ପୁଲିସ ତୁରନ୍ତ ସତର୍କ ହୋଇଗଲା। ମୁମ୍ବାଇ ପୁଲିସ ଏବଂ ବୋମା ସ୍କ୍ୱାଡ ଟିମ୍‌ ବିମାନବନ୍ଦରରେ ପହଞ୍ଚି ଘଣ୍ଟାଘଣ୍ଟା ଧରି ତଦନ୍ତ କଲେ, କିନ୍ତୁ କିଛି ସନ୍ଦେହଜନକ ଜିନିଷ ମିଳିଲା ନାହିଁ।

Advertisment

ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ କଣ୍ଟ୍ରୋଲ ରୁମକୁ ତିନିଟି ଭିନ୍ନ ଫୋନ ନମ୍ବରରୁ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣକ ଦାବି କରିଥିଲେ ଯେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୨ ରେ ବୋମା ବିସ୍ଫୋରଣ ହେବ। ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି କଲ୍‌ଗୁଡ଼ିକ ଆସାମ ଓ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ସକ୍ରିୟ ମୋବାଇଲ ନମ୍ବରଗୁଡ଼ିକରୁ କରାଯାଇଥିଲା। ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତରେ ଲାଗିପଡ଼ିଛି।

ମଇ ମାସରେ, ବିମାନବନ୍ଦରକୁ ତିନୋଟି ସମାନ ବୋମା ଧମକପୂର୍ଣ୍ଣ କଲ୍ ମିଳିଥିଲା, ଯାହା ସବୁ ମିଥ୍ୟା ପ୍ରମାଣିତ ହୋଇଥିଲା। ଗୋଟିଏ କଲ୍‌ରେ ବିମାନବନ୍ଦର ଏବଂ ଆଇକନିକ୍ ତାଜ ମହଲ ପ୍ୟାଲେସ ହୋଟେଲରେ ବିସ୍ଫୋରଣର ଚେତାବନୀ ଦିଆଯାଇଥିଲା। ଅନ୍ୟ ଏକ ଘଟଣାରେ, ସାହାର ଏୟାରପୋର୍ଟ ହଟଲାଇନକୁ ଏକ କଲ୍ ମିଳିଥିଲା, ଯେଉଁଥିରେ ଇଣ୍ଡିଗୋ ଫ୍ଲାଇଟରେ ବୋମା ଥିବା ଚେତାବନୀ ଦିଆଯାଇଥିଲା। କିନ୍ତୁ, ସମ୍ପୂର୍ଣ୍ଣ ଯାଞ୍ଚ ପରେ ତାହା ମଧ୍ୟ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା।

Advertisment

ଗତ କିଛି ମାସ ଧରି ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ୪୦ରୁ ଅଧିକ ସ୍କୁଲ ଓ ଅନ୍ୟାନ୍ୟ ପତିଷ୍ଠାନକୁ ମଧ୍ୟ ବୋମା ଧମକ ମିଳିଥିଲା।

ଅଧିକ ପଢନ୍ତୁ: ରାଜଧାନୀରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ତଲାସୀ ଜାରି

Mumbai Mumbai Airport Bomb Threat
Advertisment
Advertisment