Advertisment

ଦେଖିବାକୁ ଟ୍ରେନ୍‌ ବଗି ହେଲେ ଭିତରେ 5 Star ରେଷ୍ଟୁରାଣ୍ଟ; ଜମୁଛି ପାସେଞ୍ଜରଙ୍କ ଭିଡ଼

ଟ୍ରେନ ବଗି ସୃଷ୍ଟି କରୁଛି 5 ଷ୍ଟାର ହୋଟେଲର ଭ୍ରମ। ଲକ୍ସ୍ୟୁରି ଆମ୍ୱିୟାନ୍ସ୍ ସହ ମିଳୁଛି ଟେଷ୍ଟି ଟେଷ୍ଟି ଖାଦ୍ୟ।

author-image
Manoranjan Behera
ଅଦ୍ୟତନ ହୋଇଛି
Indian Railways Launch Restaurant on Wheels in Mumbai

Dadar Darbar

ଟ୍ରେନ ବଗି ସୃଷ୍ଟି କରୁଛି 5 ଷ୍ଟାର ହୋଟେଲର ଭ୍ରମ। ଲକ୍ସ୍ୟୁରି ଆମ୍ୱିୟାନ୍ସ୍ ସହ ମିଳୁଛି ଟେଷ୍ଟି ଟେଷ୍ଟି ଖାଦ୍ୟ। ଦର୍ଶକବନ୍ଧୁ ଆପଣ ଟ୍ରେନରେ ତ ଯାତ୍ରା କରିଥିବେ। ଆଉ ଯାତ୍ରା ସମୟରେ କେବେ ନା କେବେ ଟ୍ରେନର ଖାଦ୍ୟତ ନିଶ୍ଚିତ ଖାଇଥିବେ। ହେଲେ ଏମିତି ଅନୁଭବ କେବେ ପାଇନଥିବେ। କାରଣ ଏହି ଟ୍ରେନ ଆପଣଙ୍କୁ ଦେବ ପଞ୍ଚତାରକା ହୋଟେଲ ପରି ଅନୁଭବ। ହେଲେ କେବଳ ଗୋଟିଏ ଅସୁବିଧା। ଏହା ଚାଲିବ ନାହିଁ ଗୋଟିଏ ସ୍ଥାନରେ ସ୍ଥିର ରହିବ।

Advertisment

ଅଧିକ ପଢ଼ନ୍ତୁ: ଓଃ କି ସୁବିଧା !! ରେଷ୍ଟୁରାଣ୍ଟରେ ପେଟେ ଖାଇବେ, ତା’ପରେ ଶାନ୍ତିରେ ଶୋଇବେ

ଏକ ରେଳ ବଗିରେ ତିଆରି ରେଷ୍ଟୁରାଣ୍ଟରେ ମିଳୁଛି ଟେଷ୍ଟି ଟେଷ୍ଟି ଖାଦ୍ୟ। ଯାହାକୁ ଏକ ପରିତ୍ୟକ୍ତ ରେଳ କୋଚରେ ନିର୍ମାଣ କରାଯାଇଛି। ଏକ ଅଲୋଡା କୋଚକୁ ଏକ ସୁନ୍ଦର ରେଷ୍ଟୁରାଣ୍ଟରେ ରୂପାନ୍ତରିତ କରାଯାଇଛି। ସେଣ୍ଟ୍ରାଲ୍ ରେଲୱେର ରେସ୍ତୋରାଁ ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମ ଦ୍ୱାରା ଏହି ରେଷ୍ଟୁରାଣ୍ଟର ନାମ ରହିଛି ଦାଦର ଦରବାର। ଯାହାକୁ ମୁମ୍ୱାଇର ଦାଦର ଷ୍ଟେସନ ନିକଟରେ ଖୋଲାଯାଇଛି। ଏଠାରେ ଲୋକମାନେ ଟ୍ରେନ କୋଚରେ ବସି ସୁସ୍ୱାଦୁ ଖାଦ୍ୟ ଖାଇପାରିବେ। ଯାହା ସେମାନଙ୍କୁ ଏକ ନିଆରା ଅନୁଭୂତି ଦେବ।

Advertisment
Dadar Darbar RestaurantDadar Darbar Restaurant

ସେଠାରେ ଟ୍ରେନରେ ବସିବାର ମଜା ନେବା ସହ 5 ଷ୍ଟାର ହୋଟେଲ ଭଳି ଖାଦ୍ୟ ମିଳିଛି। ଏଣୁ ଲୋକଙ୍କ ମଧ୍ୟ ଏଠାକୁ ଆସିବାକୁ ଆଗ୍ରହ ବଢୁଛି। ଏପରିକି ଏଠାରେ ଏକ ଏକ୍ସପ୍ରେସ ମେନ୍ୟୁ ମଧ୍ୟ ଅଛି, ଯେଉଁଥିରେ ୫ମିନିଟ ମଧ୍ୟରେ ଗ୍ରାହକଙ୍କ ପାଖରେ ଖାଦ୍ୟ ପହଞ୍ଚିଯାଉଛି।

Dadar Darbar RestaurantDadar Darbar Restaurant

ରେଳ କୋଚ୍ ଏବଂ ଏହା ପାଖରେ ଥିବା ରୋଷେଇ ଘର ପାଇଁ ଥିବା ସ୍ଥାନକୁ ‘ୟୁନିକ୍ ଏଣ୍ଟରପ୍ରାଇଜେସ୍’ ନାମକ ଏକ ଘରୋଇ କମ୍ପାନୀକୁ ଲିଜ୍ ଆକାରରେ ଦେଇଛି ସେଣ୍ଟ୍ରାଲ ରେଲୱେ। ଏଥିରୁ ରେଲୱେ ବାର୍ଷିକ ୭୩ ଲକ୍ଷ ଟଙ୍କା ଭଡା ଆକାରରେ ପାଇବ। କେନ୍ଦ୍ରୀୟ ରେଳ ଅଧିକାରୀଙ୍କ ଅନୁଯାୟୀ ମୁମ୍ବାଇ ତଥା ଏହାର ଆଖପାଖରେ ଥିବା ଅନ୍ୟ ପ୍ରମୁଖ ରେଳ ଷ୍ଟେସନରେ ମଧ୍ୟ ସମାନ ଭୋଜନ ଅଭିଜ୍ଞତା ଆରମ୍ଭ କରିବାର ଯୋଜନା ଚାଲିଛି।

Mumbai Indian Railways Restaurant
Advertisment
Advertisment