• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର ହେବ । ଉତ୍ତରପ୍ରଦେଶର ଗାଜିପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଗତକାଲି ବିଳମ୍ବିତ ରାତ୍ରିରେ ଗାଜିପୁର ସ୍ଥିତ ବାସଭବନରେ ମୃତଦେହ ପହଞ୍ଚିଥିଲା । ଆଜି ସକାଳ ୧୦ଟାରେ ଅନ୍ତିମ ସଂସ୍କାର ହେବ । ଏଥିପାଇଁ ପୂରା ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ତାଙ୍କ ଘର ପାଖରେ ପୋଲିସର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ତିମ ସଂସ୍କାରରେ ଅନସାରୀ ପରିବାର ଉପସ୍ଥିତ ରହିବେ । ମୃତଦେହ ପହଞ୍ଚିବା ପରେ କଡା ସୁରକ୍ଷା ଭିତରେ ଆମ୍ବୁଲାନ୍ସରୁ ଘର ଭିତରକୁ ନିଆଯାଇଥିଲା । କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ୫ଥର ବିଧାୟକ ମୁଖତାର ଅନସାରୀର ହୃଦଘାତ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଉତ୍ତରପ୍ରଦେଶ ବାନ୍ଦା ଜେଲରେ ହୃଦଘାତ ପରେ ୬୦ ବର୍ଷୀୟ ମୁଖତାର ଅନସାରୀକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ମୁଖତାର ପ୍ରାଣ ହରାଇଥିଲା । ଉତ୍ତରପ୍ରଦେଶର ମାଉ ସଦର ଆସନରୁ ୫ ଥର ବିଧାୟକ ନିର୍ବାଚିତ ମୁଖତାର, ବିଭିନ୍ନ ମାମଲାରେ ୨୦୦୫ରୁ ଉତ୍ତରପ୍ରଦେଶ ଓ ଗୁଜରାଟର ବିଭିନ୍ନ ଜେଲରେ ରହି ଆସୁଥିଲା ।

୧୯୯୬ରୁ ୨୦୨୨ ଯାଏଁ ବିଧାୟକ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଗତ ୧୩ରେ ଅନସାରୀଙ୍କୁ ଆଜୀବନ ସଜା ଶୁଣାଇଥିଲେ କୋର୍ଟ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିଲା । ରମଜାନ ଚାଲିଥିବାରୁ ଜେଲରେ ଥାଇ ମଧ୍ୟ ମୁଖତାର ଉପବାସ କରିଥିଲେ ।

ଦିନ ତମାମ ଉପବାସ କରିଥିବା ବେଳେ ସେ ସନ୍ଧ୍ୟାରେ ଏହାକୁ ଭଙ୍ଗ କରିଥିଲେ । କିନ୍ତୁ ହଠାତ ସେ ଉପବାସ ଭଙ୍ଗ କରିବା ମାତ୍ରେ ଅସୁସ୍ଥତା ଅନୁଭବ କରିଥିଲେ । ସେ ତଳେ ବସି ପଡ଼ିବା ସହ ବାନ୍ତି କରିବା ଆରମ୍ଭ କରିଥିଲେ । ସମୟକ୍ରମେ ସେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା । ସେ ହାର୍ଟ ଆଟାକର ସାମନା କରିବାରୁ ତାଙ୍କୁ ବନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୁଖତାର ଅନସାରୀଙ୍କ ନାଁରେ ବିଭିନ୍ନ ଥାନାରେ ୫୨ଟି କେସ୍‌ ରହିଥିଲା । ସେ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଉ କିଛି ବିଚାରାଧୀନ ରହିଥିଲା ।