• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ନୂଆ ରେକର୍ଡ କଲେ ମୁକେଶ ଅମ୍ବାନୀ । ଏହାକୁ ଆମେ ରେକର୍ଡ ନକହି ଇତିହାସ ରଚିଲେ ବୋଲି ବି କହିପାରିବା । ମୁକେଶ ଅମ୍ବାନୀ । ଏହି ନାଁ ଏବେ ଏକ ବ୍ରାଣ୍ଡ ପାଲଟିଗଲାଣି । ପୁରା ବିଶ୍ୱରେ ଏହି ନାଁ ଏବେ ଖୁବ୍‌ ପରିଚିତ । ସାରା ଭାରତରେ ପିଲାଠାରୁ ବୁଢ଼ା ଯାଏଁ ଏହି ନାଁ ସହ ପ୍ରାୟ ସମସ୍ତେ ଜଡ଼ିତ । କାରଣ ସେ ଏହି ଦେଶର ଜଣେ ବଡ଼ ଧନୀ ହେବା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌ର ମାଲିକ ।

ତେବେ ମୁକେଶ ଅମ୍ବାନୀ ଏବେ ଯେଉଁ ନୂଆ ଇତିହାସ ରଚିଛନ୍ତି, ତାହା ଶୁଣିଲେ କିଛି ଲୋକ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ । ଅନ୍ୟପଟେ କିଛି ଲୋକ ଏହା ମଧ୍ୟ କହିବେ ଯେ, ଅମ୍ବାନୀଙ୍କ ପାଇଁ ଏହା କେଉଁ ବଡ଼ କଥା ଯେ । ସେ ଚାହିଁଲେ ଏମିତି ଅନେକ ରେକର୍ଡ କରିପାରିବେ ଏବଂ ଅନେକ ଇତିହାସ ଲେଖିପାରିବେ ।

ନିକଟ ଅତୀତରେ ମୁକେଶ ଅମ୍ବାନୀ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଏକ ଉପହାର ଦେଇଛନ୍ତି । ଆଉ ତାହା ହେଉଛି ଦୁବାଇର ସବୁଠାରୁ ଦାମୀ ଘର । ବର୍ତ୍ତମାନ ସମୟରେ ଏହି ଘର ସବୁଠାରୁ ମହଙ୍ଗା ଘର ବୋଲି କୁହାଯାଉଛି । ଏମିତିକି ଏହି ଡିଲ ମଧ୍ୟ ସବୁଠୁ ବଡ଼ ଡିଲ । ଏହାର ମୂଲ୍ୟ ୬୪୦ କୋଟି । ବ୍ଲୁମବର୍ଗ ନିଜ ରିପୋର୍ଟରେ କହିଛି ଯେ, ପାମ୍‌ ଜୁମେରାହରେ ଥିବା ଏହି ସମ୍ପତ୍ତିକୁ ମୁକେଶ ଅମ୍ବାନୀ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପାଇଁ ଚଳିତ ବର୍ଷ ଆରମ୍ଭରେ ୮୦ ମିଲିୟନ୍ ଡଲାରରେ କିଣିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘରେ ୧୦ଟି ବେଡ୍‌ ରୁମ୍‌, ପ୍ରାଇଭେଟ୍ ସ୍ପା, ଇନଡୋର ଏବଂ ଆଉଟଡୋର ​​ପୁଲ ସହିତ ଅନେକ ବିଳାସପୂର୍ଣ୍ଣ ସୁବିଧା ରହିଛି । କୁହାଯାଉଛି ଯେ ଏହି ଘର ବ୍ରିଟିଶ ଫୁଟବଲର୍ ଡେଭିଡ ବେକହମ ଏବଂ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଘର ପାଖରେ ରହିଛି । ଅମ୍ବାନୀ ଏବେ ସେମାନଙ୍କର ନୂଆ ପଡ଼େଶୀ ହେବେ । ଏହି ଘର ପାଇଁ ହୋଇଥିବା ଡିଲ ଏବେ ପବ୍ଲିକ୍‌ ଡୋମେନ୍‌ରେ ମଧ୍ୟ ଉପଲବ୍ଧ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ 'ରିଲାଏନ୍ସ' ବ୍ରିଟେନରେ 'ଷ୍ଟୋକ୍ ପାର୍କ ଲିମିଟେଡ୍' କିଣିବା ପାଇଁ ୭୯ ମିଲିୟନ୍ ଡଲାର୍ ଖର୍ଚ୍ଚ କରିଥିଲା । ଏହାକୁ ବଡ ପୁଅ ଆକାଶ ଅମ୍ବାନୀଙ୍କ ପାଇଁ ମୁକେଶ ଅମ୍ବାନୀ କିଣିଥିଲେ । ତେବେ ଅମ୍ବାନୀଙ୍କ ପୁରା ପରିବାର ମୁମ୍ବାଇରେ ରହୁଛନ୍ତି । ୨୭ ମହଲା ବିଶିଷ୍ଟ କୋଠା ଆଣ୍ଟିଲିଆରେ ଅମ୍ବାନୀଙ୍କ ପୁରା ପରିବାର ରହୁଛି । ଯେଉଁଥିରେ ତିନୋଟି ହେଲିପ୍ୟାଡ୍, ୧୬୮ କାର ପାଇଁ ପାର୍କିଂ ବ୍ୟବସ୍ଥା ସହ ୫୦ ଲୋକ ବସି ଫିଲ୍ମ ଦେଖିଲା ଭଳି ମିନିଥିଏଟର ରହିଛି ।

ମୁକେଶ ଅମ୍ବାନୀ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ଏଭଳି ସ୍ଥିତିରେ ସେମାନେ ନିଜ ପିଲାମାନଙ୍କ ପାଇଁ  ବଡ଼ ବଡ଼ ଘର ଖୁବ୍ ସହଜରେ କିଣି ପାରିବେ ବୋଲି କୁହାଯାଉଛି ।