mughal
କୁହାଯାଏ ସମୟ ବଡ ବଳବାନ। ସମୟ ଚକ୍ରରେ ସୁବକିଛି ବଦଳି ଯାଇଥାଏ। ଏହାର ଏକ ସଦ୍ୟତମ ଉଦାହରଣ ହେଉଛି ମୋଗଲଙ୍କ ବଂଶଧର। ଏକଦା ତାଙ୍କ ପରିବାର ସମଗ୍ର ଭାରତ ଉପରେ ରାଜ କରୁଥିଲା। ହେଲେ ଆଜି ସେମାନଙ୍କ ବଂଶଧର ଦୁଇ ଓଳି ଖାଇବାକୁ ପାଉ ନ ଥିବା ବେଳେ ଝୁମ୍ପୁଡି ଘରେ କାଳ କାଟୁଛନ୍ତି।
ମୋଗଲ ସାମ୍ରାଜ୍ୟର ଅନ୍ତିମ ଶାସକ ରହିଥିଲେ ବାହାଦୂର ଶାହ ଜାଫର। ତାଙ୍କର ପଣ ନାତୁଣୀ ସୁଲତାନା ବେଗମ ଦରିଦ୍ରତା ମଧ୍ୟରେ କାଳ କାଟୁଛନ୍ତି। ୬୦ ବର୍ଷୀୟା ସୁଲତାନା କୋଲକାତାର ଏକ ଝୁମ୍ପୁଡି ଘରେ ବାସ କରୁଛନ୍ତି। କୋଲକାତାର ହଓଡାରେ ନିଜ ଝିଅ ସହ ଏକ ବସ୍ତିରେ ରହୁଛନ୍ତି। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନଳକୂପ ଓ ଟଏଲେଟ ବ୍ୟବହାର କରୁଛନ୍ତି। ତାଙ୍କର ପୂର୍ବଜ ମାନେ ବିଳାସପୂର୍ଣ୍ଣ ଜୀବନ ବଞ୍ଚିଥିବା ବେଳେ ସୁଲତାନା କିନ୍ତୁ ବିଳାସବ୍ୟସନରୁ ବହୁ ଦୂରରେ ।
୩ ବର୍ଷ ତଳେ ସୁଲତାନା ଲାଲ କିଲା ଉପରେ ନିଜର ଅଧିକାର ଦାବି କରି ୨୦୨୧ରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିଲେ। ସୁଲତାନା ହେଉଛନ୍ତି ଶେଷ ମୋଗଲ ସମ୍ରାଟ ବାହାଦୂର ଶାହା ଜାଫର-୨ ଙ୍କ ନାତି ମିର୍ଜା ମହମ୍ମଦ ବଖତଙ୍କ ପତ୍ନୀ । ସୁଲତାନାଙ୍କ ପତି ୧୯୮୦ ମସିହାରେ ମୃତ୍ୟୁବରଣ କରିଥିଲେ। ଲାଲ କିଲା ମୋଗଲ ମାନେ ନିର୍ମାଣ କରିଥିଲେ। ତେବେ ୧୮୫୭ ମସିହାରେ ବ୍ରିଟିଶଙ୍କ ଦ୍ବାରା ବାହାଦୂର ଶାହ ଜାଫର ଗିରଫ ହେବା ପରେ ଏହା ବ୍ରିଟିଶ ସାମ୍ରାଜ୍ୟ ଅଧୀନକୁ ଯାଇଥିଲା।
ଅଧିକ ପଢ଼ନ୍ତୁ: ବୁଡ଼ିଗଲାଣି ବାରାସିଂଘା ଓ ଅରଣା ମଇଁଷି ବଂଶ; ହଜିଗଲେଣି ଶାଗୁଣା, ବଣି ଓ ଚମ୍ପେଇ ନେଉଳ
ବାହାଦୂର ଶାହ ଜାଫରଙ୍କୁ ଗିରଫ କରାଯିବା ପରେ ତାଙ୍କ ପରିବାରକୁ କୋଲକାତା ପଠାଇ ଦିଆ ଯାଇଥିଲା। ସେବେଠାରୁ ସୁଲତାନାଙ୍କ ପରିବାର କୋଲକାତାରେ ରହୁଛନ୍ତି। ୪ ବର୍ଷ ତଳେ ସୁଲତାନା ଏକ ଚା ଦୋକାନ କରି ନିଜ ପରିବାର ଚଳାଉଥିଲେ। ସୁଲତାନା ପରିବାରର ଦରିଦ୍ରତାକୁ ନେଇ କୁହନ୍ତି ଶିକ୍ଷା ଓ ଦକ୍ଷତାର ଅଭାବ କାରଣରୁ ସେମାନଙ୍କ ପରିବାର ପଛରେ ରହିଯାଇଛି। ତେବେ ମୋଗଲଙ୍କ ବଂଶଧର ଭାବରେ ସେ ଗର୍ବିତ ବୋଲି କହିଛନ୍ତି ସୁଲତାନା।
ସୁଲତାନାଙ୍କ ନିକଟରେ ଦୁଇ ଓଳି ଖାଇବାକୁ ନ ଥିବା ବେଳେ ଏକାଧିକ ଏନଜିଓ ସହାୟତାର ହାତ ବଢାଇଛନ୍ତି। ସମଗ୍ର ଭାରତରେ ମୋଗଲଙ୍କ ଏକାଧିକ ବଂଶଜ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆର୍ଥିକ ଭାବେ ସ୍ବଚ୍ଛଳ ନ ଥିବାରୁ କେହି ସେମାନଙ୍କୁ ସାହାଯ୍ୟ କରି ପାରୁ ନାହାନ୍ତି ବୋଲି କହିଛନ୍ତି ସୁଲତାନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mughal_1741078677.jpg)