/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723893884.jpg)
Siddaramaiah
ବଢ଼ିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଅଡ଼ୁଆ । ସିଦ୍ଦରମେୟାଙ୍କ ବିରୋଧରେ ଜମି ଦୁର୍ନୀତି ମାମଲା ଚଳାଇବାକୁ ଅନୁମତି ଦେଲେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ । ମହୀଶୁର ସହର ବିକାଶ କର୍ତ୍ତୃପକ୍ଷ ଅଞ୍ଚଳରେ ଥିବା ଜମି ଆବଣ୍ଟନରେ ହେରଫେର ଅଭିଯୋଗ ମାମଲାରେ ତାଙ୍କ ବିରୋଧରେ ତଦନ୍ତ ହେବ । ଦୁର୍ନୀତି ନିବାରଣ ଆଇନ ବଳରେ ହେବ କାର୍ଯ୍ୟାନୁଷ୍ଠାନ । ମହୀଶୁର ସହର ବିକାଶ ପ୍ରାଧିକରଣ ବା ମୁଦ୍ଦା ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସମେତ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି ।
ତେବେ କ’ଣ ଏ ମୁଦ୍ଦା ମାମଲା । ମହୀଶୂର ସହରର ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୦୯ରେ ମହୀଶୂର ସହର ବିକାଶ ପ୍ରାଧିକରଣ ଏକ ନୂଆ ଯୋଜନା ଆଣିଥିଲା ଫିଫ୍ଟି ଫିଫ୍ଟି । ଏହି ଯୋଜନା ମାଧ୍ୟମରେ ସହର ବିକାଶ ଲାଗି ଯେଉଁମାନେ ଜମି ହରାଉଥିଲେ ସେମାନଙ୍କୁ ବିକଶିତ ସ୍ଥାନରେ ୫୦ ପ୍ରତିଶତ ପ୍ଲଟ୍ ଆବଣ୍ଟିତ କରାଯାଉଥିଲା । ତେବେ ୨୦୨୦ରେ ତତକାଳୀନ ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିଦେଇଥିଲେ ।
ତେବେ ଏହି ଯୋଜନା ବନ୍ଦ ହେବା ପରେ ମଧ୍ୟ ମହୀଶୂର ସହର ବିକାଶ ପ୍ରାଧିକରଣ ଏହାକୁ ଜାରି ରଖିବା ସହ ଜମି ଅଧିଗ୍ରହଣ ଏବଂ ଆବଣ୍ଟନ ଜାରି ରଖିଥିଲେ । ଆଉ ୨୦୨୧ରେ ସିଦ୍ଦରମେୟାଙ୍କ ପତ୍ନୀ ଏହି ଯୋଜନାରେ ଲାଭବାନ ହୋଇଥିବା ଅଭିଯୋଗ ହୋଇଛି । ସିଦ୍ଦରମେୟାଙ୍କ ପତ୍ନୀଙ୍କୁ ୧୪ଟି ମହଙ୍ଗା ପ୍ଲଟ୍ ଆବଣ୍ଟିତ କରାଯାଇଥିବା ଅଭିଯୋଗ ହୋଇଛି ।
#ବଢ଼ିଲା_ସିଦ୍ଦରମେୟାଙ୍କ_ଅଡ଼ୁଆ
ବଢ଼ିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଅଡ଼ୁଆ । ସିଦ୍ଦରମେୟାଙ୍କ ବିରୋଧରେ ଜମି ଦୁର୍ନୀତି ମାମଲା ଚଳାଇବାକୁ ଅନୁମତି ଦେଲେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ । #Siddaramaiah#MUDAScam#OTVpic.twitter.com/w7UAsLOJiT— ଓଟିଭି (@otvkhabar) August 17, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)