Advertisment

ବିରଳ ଘଟଣା, ଇତିହାସରେ ପ୍ରଥମ: ସ୍ୱାମୀଙ୍କ ଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ପତ୍ନୀ...

ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Kerala's Outgoing Chief Secretary Hands Over Top Government Post To Wife

Mr and Mrs Chief Secretary

ରୋଚକ ଦୃଶ୍ୟ । ବିରଳ ଘଟଣା । ଇତିହାସରେ ପ୍ରଥମ ଥର । ଏମିତି ଘଟଣା ଆପଣ କେବେ ଦେଖିନଥିବେ କି ଶୁଣି ବି ନଥିବେ । ଯାହା ଆଜି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି ।

Advertisment

ଅଧିକ ପଢ଼ନ୍ତୁ: ବିରଳ ଏ ବନ୍ଧନ; ଶିକ୍ଷକଙ୍କ ବଦଳି ପରେ ଟିସି ନେଇଗଲେ ୧୩୩ ପିଲା

ଏହି ଦୁଇ ଆଇଏଏସ୍‌ ଦମ୍ପତି ହେଲେ ଭି ବେଣୁ ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ। ଭି ବେଣୁ କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି। ଭି ବେଣୁଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କ ନାମ ଫାଇନାଲ୍‌ କରିଥିଲେ । ଯାହାଫଳରେ ସ୍ୱାମୀଙ୍କ ଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ ପତ୍ନୀ । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ (ପୂର୍ବରୁ ଟିଟ୍ବର )ରେ ପୋଷ୍ଟ କରିଛନ୍ତି। ଯାହାଫଳରେ  ଏହା ପ୍ରବଳ ମାତ୍ରରେ ଭାଇରାଲ ମଧ୍ୟ ହୋଇଛି  ।

Advertisment

ଉଭୟ ଭି ବେଣୁ ଓ ଶାରଦା ମୁରଲିଧରନ ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ । ମାତ୍ର ଭି ବେଣୁ ବି ନିଜ ପତ୍ନୀଙ୍କଠାରୁ କିଛି ମାସ ବଡ଼ ରହିଛନ୍ତି । ତେଣୁ ସେ ଅବସର ଗ୍ରହଣ କରିଥିବା ବେଳେ ଏହି ପଦରେ ଏବେ ତାଙ୍କ ପତ୍ନୀ ବସିଛନ୍ତି । ଆସନ୍ତା ୮ ମାସ ପର୍ଯ୍ୟନ୍ତ ଶାରଦା ମୁରଲିଧରନ କେରଳର ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ତୁଲାଇବେ । କେରଳ ମୁଖ୍ୟମନ୍ତ୍ରୀ ଉଭୟ ପତିପତ୍ନୀ ବ୍ୟୁରୋକ୍ରାଟଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ଏନେଇ ଶାରଦା କହିଛନ୍ତି, ପ୍ରଶାସନିକ ସେବାରେ ଆମେ ଏକାଠି ୩୪ ବର୍ଷ କାମ କରିଛୁ। ତେଣୁ ଏକାଠି ଚାକିରିରୁ ଅବସର ନେବୁ ବୋଲି ଭାବିଥିଲୁ। ମାତ୍ର ମୁଁ ମୋ ସ୍ୱାମୀଙ୍କଠାରୁ ୮ ମାସ ପରେ ଅବସର ନେବି  । ଏବେ ସ୍ୱାମୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପ୍ରକ୍ରିୟା ଏକ ଅଜବ ଅନୁଭୂତି ଦେଇଛି । ଚାକିରି କାଳ ମଧ୍ୟରେ ଏପରି ଅନୁଭବ ମିଳିବ ବୋଲି ଭାବି ନ ଥିଲି ।

Kerala Chief Secretary
Advertisment
Advertisment