/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667408262.jpg)
Morbi Hanging Bridge
ମୋର୍ବି ଝୁଲାପୋଲ ଟ୍ରାଜେଡିରେ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢିବେନି ଓକିଲ ସଂଘ । ମୋର୍ବି ବାର୍ ଆସୋସିଏସନ୍ ଏବଂ ରାଜକୋଟ ବାର୍ ଆସୋସିଏସନ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଘଟଣାରେ ମୋଟ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପକ୍ଷରୁ ମାମଲା ନଲଢିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି । ଏନେଇ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ଆଜି କୋର୍ଟରେ ଓକିଲ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା । ମୋର୍ବି କୋର୍ଟରୁ ଝୁଲାପୋଲ ଯାଏଁ ଶୋଭାଯାତ୍ରାରେ ଯିବା ସହ ମୃତକଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି ।
ସେପଟେ ଗିରଫ ୯ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ସୂଚନା ଅନୁଯାୟୀ ଜଣେ ଅଭିଯୁକ୍ତ କୋର୍ଟରେ ଦୁର୍ଘଟଣାକୁ ନେଇ ଅଜବ ଯୁକ୍ତି କରିଥିଲେ । ଓରେଭା କମ୍ପାନିର ମ୍ୟାନେଜର ଦୀପକ ପାରେଖ କୋର୍ଟକୁ କହିଥିଲେ ଯେ, କମ୍ପାନୀର ଏମଡି ଜଣେ ସଚ୍ଚୋଟ ଲୋକ । ପୋଲର ମରାମତି କାମ ଠିକ ଭାବେ ହୋଇଥିଲା । ହେଲେ ଲାଗୁଛି ଭଗବାନଙ୍କ କୃପା ନଥିବାରୁ ପୋଲ ଭାଙ୍ଗିଗଲା । ଅନ୍ୟପଟେ ମୋର୍ବି ଡିଏସପି କୋର୍ଟଙ୍କୁ କହିଥିଲେ ଯେ, ସେତୁର କେବୁଲ୍ ନଷ୍ଟ ହୋଇଯାଇଥିବା ବେଳେ ଏହାର ନବୀକରଣ ସମୟରେ କମ୍ପାନୀ ଦ୍ୱାରା କେବୁଲକୁ ବଦଳାଯାଇ ନଥିଲା । ମରାମତି ଶେଷ ହେବା ପରେ ସରକାରଙ୍କଠାରୁ ଅନୁମତି ନନେଇ ଝୁଲାପୋଲ ଖୋଲି ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)