Advertisment

JioElectricCycle: ବଜାରକୁ ଆସିପାରେ Electric Cycle, ଅଳ୍ପ ପଇସାରେ ଚାଲିବ ଅଧିକ ବାଟ

ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ଡିଜାଇନ୍ ବିଶିଷ୍ଟ, ଏହି ସାଇକେଲରେ ଏକ ଦୃଢ଼ ଷ୍ଟିଲ୍ ଫ୍ରେମ୍ ସହ ଆରାମଦାୟକ ସିଟ୍ ରହିବ। ଏହାସହ ଏଥିରେ LED ଲାଇଟ୍ ଏବଂ ଡିଜିଟାଲ୍ ଡିସ୍ପ୍ଲେ ମଧ୍ୟ ରହିବ, ଯାହା ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
JioElectricCycle

JioElectricCycle

ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ନିଜର ଇଲେକ୍ଟ୍ରିକ୍ ବାଇ-ସାଇକେଲ୍ ଲଞ୍ଚ କରିପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ଖୁବ କମ ଦରରେ ମିଳିବା ସହ ଅଧିକ ରେଞ୍ଜ ଓ ଅଧିକ ଫିଚରରେ ଲଞ୍ଚ ହେବ। ଏହି ସାଇକଲ ସହାୟତାରେ ଜିଓ EV ବଜାରରେ ପ୍ରବେଶ କରିବାକୁ ଯାଉଛି ବୋଲି ଜଣା ପଡିଚି। ତେବେ ଏନେଇ କମ୍ପାନୀ ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଗଣମାଧ୍ୟମରେ ଏହା ଚର୍ଚ୍ଚା ହେଉଛି।

Advertisment

ରିପୋର୍ଟ ଅନୁସାର, ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ଡିଜାଇନ୍ ବିଶିଷ୍ଟ, ଏହି ସାଇକେଲରେ ଏକ ଦୃଢ଼ ଷ୍ଟିଲ୍ ଫ୍ରେମ୍ ସହ ଆରାମଦାୟକ ସିଟ୍ ରହିବ। ଏହାସହ ଏଥିରେ LED ଲାଇଟ୍ ଏବଂ ଡିଜିଟାଲ୍ ଡିସ୍ପ୍ଲେ ମଧ୍ୟ ରହିବ, ଯାହା ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେବ।

 ଅଧିକ ପଢ଼ନ୍ତୁ: AIRTEL-BSNL-JIO; ଓଡ଼ିଶାରେ କାହାର ଗ୍ରାହକ କେତେ ?

ସାଇକଲରେ ଅନେକ ଫିଚର ରହିବ। ଯେପରି ଏହା ଗୋଟିଏ ଚାର୍ଜିଂରେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ। ଏଥିରେ GPS ଟ୍ରାକିଂ, ସ୍ମାର୍ଟ କନେକ୍ଟିଭିଟି, ରିଭର୍ସ ମୋଡ୍ ଭଳି ଆଧୁନିକ ଫିଚର ରହିବ। ସେହିପରି ଏହି ସାଇକଲଟି ସମ୍ପୂର୍ଣ୍ଣ ଓ୍ବାଟର ପ୍ରୁଫ ମଧ୍ୟ ରହିବ। ଏହି ସାଇକଲରେ ଏକ ଲିଥିୟମ ଆୟନ ବ୍ୟାଟେରୀ ଲାଗିଥିବା ବେଳେ ଏହା ମାତ୍ର ୩ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ।

Advertisment

ତେବେ ଜିଓ ପକ୍ଷରୁ ଏହାର ମୂଲ୍ୟ ସମ୍ପର୍କରେ କିଛି ସୂଚନା ମିଳି ନାହିଁ। ହେଲେ JIO ଯେପରି ନିଜ ଦର ପ୍ରତିନ୍ଦ୍ୱନ୍ଦୀଙ୍କ ଠାରୁ କମ ରଖିଥାଏ, ତାହାକୁ ଦେଖି ଅନୁମାନ କରାଯାଉଛି ଏହା ୨୫ରୁ ୩୫ ହଜାର ଟଙ୍କା ମଧ୍ୟରେ ବଜାରରେ ଉପଲବ୍ଧ ହୋଇପାରେ। ଯାହା ସବୁ ବର୍ଗର ଲୋକଙ୍କୁ ସୁହାଇବ।

ତେବେ ଏହା କେବେ ମାର୍କେଟକୁ ଆସିବ ଜଣାପଡି ନଥିବା ବେଳେ। ଏହାକୁ ଖୁବଶୀଘ୍ର ଜିଓ ତରଫରୁ ଲଞ୍ଚ କରାଯାଇ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ଆଶା କରାଯାଉଛି।

 ଅଧିକ ପଢ଼ନ୍ତୁ: JIO ୟୁଜର୍ସଙ୍କ ପାଇଁ ଖୁସି ଖବର ! ମାଗଣାରେ ମିଳୁଛି 5G ସେବା, ଦିନକୁ..

Jio Electric Cycles
Advertisment
Advertisment