/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695130258.jpg)
Narendra Modi
ଅଭି ଚୁନାୱ ତୋ ଦୂର ହୈ । ନୂଆ ସଂସଦ ଭବନରେ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହେବ ନାହିଁ ବୋଲି ମୋଦିଙ୍କ ଏଭଳି ବୟାନ ଏକପ୍ରକାର ସ୍ପଷ୍ଟ କରିଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏବେ ନିର୍ବାଚନକୁ ତ ବହୁ ଦିନ ବାକି ଅଛି । ଆମ ପାଖରେ ଯେତିକି ସମୟ ବଳିଛି, ମୋର ବିଶ୍ୱାସ ଯେ ଆମମାନଙ୍କର ବ୍ୟବହାର ହିଁ ନିର୍ଦ୍ଧାରଣ କରିବ
ଯେ, ଏଠି କିଏ ବସିବ ଏବଂ ସେଠି କିଏ ବସିବ । ଅର୍ଥାତ୍ ଲୋକସଭାରେ ଶାସକ ଦଳ ସାଂସଦଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ କିଏ ବସିବ ଏବଂ ବିରୋଧୀଙ୍କ ସ୍ଥାନରେ କିଏ ବସିବ।
ଆଜି ନୂଆ ପାର୍ଲାମେଣ୍ଟକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ସାଂସଦ । ମିଳିତ ଅଧିବେଶନ ପରେ ସେଣ୍ଟ୍ରାଲ ହଲରୁ ଚାଲି ଚାଲି ନୂଆ ସଂସଦକୁ ଯାଇଛନ୍ତି ସଭ୍ୟମାନେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗେ ଆଗେ ଚାଲିଥିବା ବେଳେ ଏହାପଛକୁ ଅନ୍ୟ ସଦସ୍ୟ ମାନେ ଯାଇଥିଲେ । ଆଜି ସେଣ୍ଟ୍ରାଲ୍ ହଲକୁ ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ୍ ହଲରେ ପ୍ରତିଟି ସଭ୍ୟଙ୍କ ପାଖକୁ ଯାଇ କଥା ହୋଇଛନ୍ତି । ଇତିହାସ ପାଲଟିବା ପୂର୍ବରୁ ଏହାକୁ ନିଜର କରି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସମସ୍ତ ସାଂସଦଙ୍କ ସହ ଫଟୋ ଉଠାଇଛନ୍ତି ।
ଅନ୍ୟପଟେ ପୁରୁଣା ସଂସଦ ଭବନକୁ ବର୍ତ୍ତମାନ 'ସମ୍ବିଧାନ ସଦାନ' ନାମରେ ପରିଚିତ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏଥି ସହ ଓମ ବିର୍ଲା ଆହୁରି କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ନୂତନ ସଂସଦକୁ ସ୍ଥାନାନ୍ତରିତ ହୋଇଛି । ବାଚସ୍ପତି ଏହା ମଧ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ଯେଉଁ ବିଲ୍ଡିଂରେ ଆମେ ଏକାଠି ହୋଇଥିଲୁ, ତାହା ବର୍ତ୍ତମାନ ‘ସମ୍ବିଧାନ ସଦାନ’ ନାମରେ ପରିଚିତ ହେବ ।
ସେହିପରି ଏବେ ସମୟ ବଦଳିବା ସହ ଭାରତର ଭୂମିକା ମଧ୍ୟ ବଦଳିଛି । ଏବେ ଭାରତ ବିଶ୍ୱର ବିଶ୍ୱାମିତ୍ର ପାଲଟିଛି । ସାରା ଦୁନିଆ ଏବେ ଆମ ଭିତରେ ମିତ୍ରତା ଖୋଜୁଛି । ମିଶନ ଚନ୍ଦ୍ରୟାନ ପରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ିଛି । ଦେଶର ଯୁବବର୍ଗ ଏବେ ମହାକାଶ ବିଜ୍ଞାନ ପ୍ରତି ଅଧିକ ଆକର୍ଷିତ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)