Advertisment

୭ ଦିନରେ ୪୧ କାନାଡ଼ା କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ଭାରତର ନିର୍ଦ୍ଦେଶ, ନହେଲେ...

ଇଂରାଜୀ ଖବରକାଗଜ 'ଫାଇନାନ୍‌ସିଆଲ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତରେ ୬୨ ଜଣ କାନାଡ଼ା କୂଟନୀତିଜ୍ଞ ଅଛନ୍ତି । ଏହା ସଂଖ୍ୟା ୨୧ କୁ ହ୍ରାସ କରିବାକୁ ମୋଦି ସରକାର କହିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Canada Diplomats

Canada Diplomats

ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ଭାରତ-କାନାଡା ସମ୍ପର୍କ । ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେଉଥିବାବେଳେ ଏବେ କାନାଡାକୁ ଆଉ ଏକ ଝଟକା ଦେଇଛି ଭାରତ । ୭ ଦିନରେ ଭାରତରେ ଥିବା ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କାନାଡା ସରକାରଙ୍କୁ କଡ଼ା ନିଦ୍ଦେର୍ଶ ଦେଇଛି ଭାରତ । ଅର୍ଥାତ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଏହି ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି କୂଟନୀତିଜ୍ଞମାନେ ଅକ୍ଟୋବର ୧୦ ପରେ ମଧ୍ୟ ଭାରତରେ ରୁହନ୍ତି, ତେବେ ସେମାନଙ୍କର କୂଟନୀତିକ କ୍ଷମତା ପ୍ରତ୍ୟାହାର କରାଯିବ।

Advertisment

ଇଂରାଜୀ ଖବରକାଗଜ 'ଫାଇନାନ୍‌ସିଆଲ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତରେ ୬୨ ଜଣ କାନାଡା କୂଟନୀତିଜ୍ଞ ଅଛନ୍ତି । ଏହା ସଂଖ୍ୟା ୨୧ କୁ ହ୍ରାସ କରିବାକୁ ମୋଦି ସରକାର କହିଛନ୍ତି । ତେବେ ଏ ସଂକ୍ରାନ୍ତରେ କାନାଡା ବୈଦେଶିକ ମନ୍ତ୍ରଣାଳୟ କିମ୍ବା ଭାରତ ସରକାର କିଛି କହିବାକୁ ମନା କରିଦେଇଛନ୍ତି। କିନ୍ତୁ କୂଟନୀତିଜ୍ଞ ସଂଖ୍ୟା ସମ୍ପର୍କରେ ଭାରତ ପୂର୍ବରୁ କହିସାରିଛି ଯେ ଉଭୟ ଦେଶର କୂଟନୀତିଜ୍ଞଙ୍କ ଉପସ୍ଥିତି ସମାନ୍ ହେବା ଉଚିତ୍ । ୨୧ ସେପ୍ଟେମ୍ବରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଥିଲେ, ଭାରତ ତୁଳନାରେ କାନାଡା କୂଟନୀତିଜ୍ଞ ସଂଖ୍ୟା ଭାରତରେ ଅଧିକ ଅଛି।  ଏଥିପାଇଁ ଏହି ସଂଖ୍ୟା କମ୍‌ ହେବା ଉଚିତ୍‌ । କାହିଁକି ନା ପ୍ରତ୍ୟେକ ଦେଶର କୂଟନୀତିଜ୍ଞଙ୍କ ସଂଖ୍ୟା ସମାନ ରହିବା ଉଚିତ୍।

ସୂଚନା ଅନୁସାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡ ପରେ ଭାରତ-କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏହି କୁଖ୍ୟାତ ଆତଙ୍କବାଦୀ ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ କରିଥିଲେ ଟ୍ରୁଡୋ ସରକାର । ଏହାପରେ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। କିନ୍ତୁ କାନାଡା ସରକାରଙ୍କ ଏହି ଅଭିଯୋଗକୁ ଖାରଜ କରିଦେଇଥିଲା ଭାରତ।

Advertisment
India India Warns Canada Narendra Modi
Advertisment
Advertisment