• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର । ଆଜି ସମସ୍ତଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା କରିଛନ୍ତି । ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭, ୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ପ୍ରଦାନ କରାଯିବ । ଏହାଦ୍ୱାରା ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ୧୮୩୨ କୋଟି ଟଙ୍କା ବୋନସ ପାଇବେ । ଆଜି ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ରେଳବାଇ କର୍ମଚାରୀଙ୍କ ପାଇଁ Productivity linked bonus ଘୋଷଣା କରାଯାଇଛି।

ରେଳବାଇ ଉପରେ କେତେ ଭାର ପଡ଼ିବ ?

ଯୋଗ୍ୟ ରେଳ କର୍ମଚାରୀଙ୍କୁ ମାସକୁ ୭୦୦୦ ବୋନସ୍ ପ୍ରଦାନ କରାଯାଏ । ୭୮ ଦିନ ହିସାବରେ କର୍ମଚାରୀମାନଙ୍କୁ ୧୭,୯୫୧ ଟଙ୍କା ବୋନସ୍‌ ରାଶି ପ୍ରଦାନ କରାଯିବ । ଫଳରେ ରେଳବାଇର ପ୍ରାୟ ୧୧ ଲକ୍ଷ ୨୭ ହଜାର କର୍ମଚାରୀ ଏହା ଦ୍ୱାରା ଉପକୃତ ହେବେ । ଏପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ PLB ରାଶି ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଅନୁରାଗ ଠାକୁର କହିଛନ୍ତି, “ପ୍ରତିବର୍ଷ ଭଳି ଏଥର ମଧ୍ୟ ରେଳବାଇ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟଭିଟି ଲିଙ୍କଡ ବୋନସ ଘୋଷଣା କରାଯାଉଛି । ୧୧.୨୭ ଲକ୍ଷ କର୍ମଚାରୀଙ୍କୁ ୧୮୩୨ କୋଟି ଟଙ୍କା ବୋନସ ଦିଆଯିବ । ଟ୍ରାକ ମେଣ୍ଟନର୍ସ, ଡ୍ରାଇଭର୍ସ, ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର ଟେକ୍ନିସିଆନ, ଟେକ୍ନିକାଲ ହେଲପର, କଣ୍ଟ୍ରୋଲର ଓ ଗ୍ରୁପ ସି’ର ସବୁ କର୍ମଚାରୀ ବୋନସ ପାଇବେ ।”