Advertisment

Modi Cancels Russia tour: ରୁଷିଆ ଗସ୍ତ ବାତିଲ କଲେ ମୋଦି

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ରୁଷିଆ ଗସ୍ତ ବାତିଲ କରିଛନ୍ତି। ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଯିବାର କାର୍ଯ୍ୟକ୍ରମ ରହିଥିଲା। ରୁଷିଆ ଯାଇ ମୋଦି ଭିକ୍ଟ୍ରି ଡେ ପରେଡରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏହାକୁ ବାତିଲ କରାଯାଇଥିବା ନେଇ କ୍ରେମଲିନର ମୁଖପାତ୍ର ପେସକୋଭ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
modi

ପହଲଗାମରେ ଆତଙ୍କବାଦୀ ଆକ୍ରମଣ କାରଣରୁ ୨୬ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିଥିଲା। ଏହି ଆକ୍ରମଣ ସମୟରେ ମୋଦି ସାଉଦି ଆରବ ଗସ୍ତରେ ରହିଥିଲେ। ଆକ୍ରମଣ ହେବାର ଠିକ ପରେ ମୋଦି ସାଉଦି ଗସ୍ତ ବାତିଲ କରି ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ଦେଶରେ ତୁହାକୁ ତୁହା ବୈଠକ ମାନ ଜାରି ରହିଛି।

୨୨ ଏପ୍ରିଲରେ ପହଲଗାମର ବୈସରନ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଲସ୍କର-ଏ-ତୋଇବାର ଏକ ଶାଖା ଦ ରେସିଷ୍ଟାନ୍ସ ଫ୍ରଣ୍ଟ (TRF) କରିଥିବା ନେଇ ସ୍ବୀକାର କରିଛି। ଏହି ଆକ୍ରମଣକୁ ପ୍ରଧାନମନ୍ତ୍ରୀ ମୋଦି ତୀବ୍ର ନିନ୍ଦା କରିବା ସହ ଦୋଷୀମାନଙ୍କୁ ଦୃଢ ଶାସ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମ କ୍ୟାବିନେଟ କମିଟି ବୈଠକରେ ଭାରତ ସରକାର ପାକିସ୍ତାନ ବିରୋଧରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଥିଲେ। ସିନ୍ଧୁ ଜଳ ଚୁକ୍ତିନାମାକୁ ଖାରଜ କରାଯିବା ସହିତ ଅଟାରୀ ସୀମାକୁ ବନ୍ଦ କରାଯାଇଥିଲା। ସେହିପରି ଭାରତରେ ଅବସ୍ଥାନ କରୁଥିବା ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପାକିସ୍ତାନ ସହ ସୀମାରେ ଟକରା ଟକରି ପରସ୍ଥିତି ରହିଥିବା ବେଳେ ସେନାକୁ ହାଇ ଆଲର୍ଟରେ ରଖାଯାଇଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଦେଶ ବାହାରକୁ ଗସ୍ତ କରିବାକୁ ଉଚିତ ମନେ କରି ନାହାନ୍ତି।

Advertisment

ଅଧିକ ପଢ଼ନ୍ତୁ: ଚାଷୀଙ୍କୁ ନୂଆଁଖାଇ ଭେଟି, ମିଳିଲା ସିଏମ୍ କିଷାନ୍ ଟଙ୍କା

Narendra Modi Russia Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ