Advertisment

କ’ଣ ଏହି ସର୍ଭିକାଲ କ୍ୟାନ୍‌ସର ? କେମିତି ଆକ୍ରାନ୍ତ ହୋଇଥାନ୍ତି ମହିଳା ? ଜାଣନ୍ତୁ...

ମୋଟ କ୍ୟାନସରର ୧୮%ରୁ ଅଧିକ ସର୍ଭିକାଲ କ୍ୟାନସର । ୯ରୁ ୧୪ ବର୍ଷର ଝିଅଙ୍କୁ ଟିକା ଦେବାକୁ କେନ୍ଦ୍ରର ଘୋଷଣା ।

author-image
Satyendu Shekher Mishra
Poonam Pandey

Poonam Pandey

ଆରପାରିରେ ସୋ ବିଜ୍ ଦୁନିଆର କନଟ୍ରୋଭର୍ସି କୁଇନ୍ ପୁନମ୍ ପାଣ୍ଡେ। ମାତ୍ର ୩୨ ବର୍ଷ ବୟସରେ ଏହି ଗ୍ଲାମର ଗାର୍ଲଙ୍କ ପରଲୋକ ହୋଇଛି। ଭଲ କରି ଜୀବନ ଜିଇଁବା ଆଗରୁ ପୁନମଙ୍କୁ କବଳିତ କରିଛି ସର୍ଭିକାଲ କ୍ୟାନସର। ସାହସର ସହ ଦୁଃରାରୋଗ୍ୟର ମୁକାବିଲା ପରେ ପୁନମ୍ ହାରି ଯାଇଥିବା ତାଙ୍କ ଟିମ୍ ପକ୍ଷରୁ ସୋସିଆଲ ମିଡିଆରେ ଏହି ଦୁଃଖଦ ଘଟଣା ସଂପର୍କରେ ପୋଷ୍ଟ କରାଯାଇଛି।

Advertisment

ଆମ ଦେଶରେ ସର୍ଭିକାଲ କ୍ୟାନସରର ଭୟାବହତା ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ବାଓଟେକ୍ନୋଲଜି ବିଭାଗ ତଥ୍ୟ ଅନୁସାରେ ଭାରତୀୟ ମହିଳାଙ୍କୁ ହେଉଥିବା କର୍କଟ ରୋଗର ୧୮ ଦଶମିକ ୩ ପ୍ରତିଶତ ହେଉଛି ସର୍ଭିକାଲ କ୍ୟାନସର୍। ବ୍ରେଷ୍ଟ ଓ ଓଭାରିଆନ କ୍ୟାନସର ପରେ ସର୍ଭିକାଲ କ୍ୟାନସର ତୃତୀୟ ସ୍ଥାନରେ ରହିଛି।

ସେହିପରି ମହିଳାଙ୍କ ଜୀବନ ନେବାରେ ସର୍ଭିକାଲ କ୍ୟାନସର ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୦ରେ ସାରା ବିଶ୍ୱରେ ୬ ଲକ୍ଷ ୪ ହଜାର ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୪୨ ହଜାର ମହିଳାଙ୍କର ମୃତ୍ୟୁ ହୋଇଛି।

Advertisment

ଆସନ୍ତୁ ଜାଣିବା କଣ ଏବି ସର୍ଭିକାଲ କ୍ୟାନସର, କଣ ଏହାର ଲକ୍ଷଣ ଓ ଉପଚାର

ଯୋନିରୁ ଜରାୟୁ ମୁଖ ମଧ୍ୟରେ ଅସ୍ୱାଭାବିକ କୋଷ ବୃଦ୍ଧି ହେଲେ ତାହା ସର୍ଭିକାଲ କ୍ୟାନସର ହୋଇଥାଏ। ହ୍ୟୁମାନ ପପିଲୋମା ଭାଇରସ୍ ବା HPV ହେଉଛି ୯୯ ପ୍ରତିଶତ ସର୍ଭିକାଲ କ୍ୟାନସରର କାରଣ। ଏହି ଭାଇରସ୍ ସାଧାରଣତଃ ଯୌନକ୍ରିୟା ଜରିଆରେ ସଂକ୍ରମଣ ହୋଇଥାଏ। ଅଧିକାଂଶ ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏହି ଭାଇରସ୍ ବ୍ୟାପିପାରେନି। କିନ୍ତୁ ବାରମ୍ବାର ସଂକ୍ରମଣ ହେଲେ ତାହା କ୍ୟାନସରରେ ପରିଣତ ହୋଇଥାଏ।

ଗର୍ଭ ନିରୋଧ ପାଇଁ ହରମୋନ ବ୍ୟବହାର କରୁଥିବା ମହିଳା, ଯୌନ ସଂକ୍ରମଣର ଶିକାର ମହିଳା ସର୍ଭିକାଲ କ୍ୟାନସରରେ ପୀଡ଼ିତ ହେବାର ଆଶଙ୍କା ଅଧିକ। ପିରିୟଡ୍ ବେଳେ ଅତ୍ୟଧିକ ରକ୍ତସ୍ରାବ, ମେନୋପଜ୍ ଓ ସହବାସ ପରେ ରକ୍ତସ୍ରାବ, ଯୌନାଙ୍ଗରେ ଯନ୍ତ୍ରଣା,ଦୁର୍ଗନ୍ଧଯୁକ୍ତ ସ୍ରାବ ବାହାରିବା, ଲଗାତର ଭାବେ ତଳିପେଟରେ ଯନ୍ତ୍ରଣା, ଅଣ୍ଟାବ୍ୟାଥା ସର୍ଭିକାଲ କ୍ୟାନସରର ଲକ୍ଷଣ ହୋଇପାରେ।

ଏହି ରୋଗ ହେଲେ ଆକ୍ରାନ୍ତଙ୍କ ଓଜନ କମିବା ସହିତ ଭୋକ କମିଯାଏ, ହାଲିଆ ଲାଗେ, ଗୋଡ଼ ଫୁଲିଥାଏ। ଡାକ୍ତରଙ୍କ କହିବା ଅନୁସାରେ ଆରମ୍ଭରୁ ଚିହ୍ନଟ ହୋଇପାରିଲେ, ତାର ଚିକିତ୍ସା ସମ୍ଭବ। ସର୍ଭିକାଲ କ୍ୟାନସରର ଭୟାବହତାକୁ ହୃଦୟଙ୍ଗମ କରି ତାକୁ ରୋକିବା ପାଇଁ ଏଥର ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ୯ରୁ ୧୪ ବର୍ଷ ବୟସର ସମସ୍ତ ଝିଅଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Cancer Cervical Cancer
Advertisment
Advertisment