• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାର୍କକୁ ନେଇ ଅନେକ ଫିଲ୍ମ ଦେଖିଥିବେ । ହଲିଉଡର କିଛି ସିନେମାରେ ସାର୍କ ଓ ମଣିଷର ଲଢ଼େଇ ନଜରକୁ ଆସିଥିବ । ହେଲେ ସତକୁ ସତ ସାର୍କ ମଣିଷକୁ ମାରିବା ସହ ଗିଳିଦେଇଥିବା ଖବର କ’ଣ ଆପଣ ଜାଣିଛନ୍ତି । ହଁ ଆଜ୍ଞା ସେମତି ଏକ ଖବର ଅତି ନିକଟରେ ନଜରକୁ ଆସିଛି । ଜଣେ ଯୁବକ ଗତ ସପ୍ତାହେରୁ ଊର୍ଦ୍ଧ୍ୱ ନିଖୋଜ ରହିବା ପରେ ସାର୍କ ପେଟରୁ ଉଦ୍ଧାର ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି, ମୃତ ଯୁବକଙ୍କୁ କିଛି ମତ୍ସ୍ୟଜୀବୀ ସାର୍କର ପେଟରେ ଦେଖିଥିଲେ । ଆଉ ଯୁବକଙ୍କ ହାତ ସାର୍କ ପାଟିରେ ଦେଖିବାକୁ ମିଳିଥିଲା । ହାତର ଟାଟୁ ଦେଖି ଯୁବକଙ୍କ ପରିବାର ପକ୍ଷରୁ ତାଙ୍କୁ ଚିହ୍ନଟ କରିବା ପରେ ଉଦ୍ଧାର କରାଯାଇଥିଲା ।

ଘଟଣାଟି ଆର୍ଜେଣ୍ଟିନାରେ ଘଟିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ୩୨ ବର୍ଷୀୟ ଜଣେ ଯୁବକ ନିଖୋଜ ହେବା ପରେ ସାର୍କ ପେଟରୁ ବାହାରିଥିବା କୁହାଯାଇଛି । ମୃତ ଯୁବକଙ୍କ ନାଁ ଡିଏଗୋ ବାରିଆ । ସେ ଆର୍ଜେଣ୍ଟିନାର ଚୁବୁଟ୍ ପ୍ରଦେଶର ଦକ୍ଷିଣ ଉପକୂଳରେ ରହିବା ସହ ଗାଡ଼ି ଚାଳନା କରନ୍ତି । ହେଲେ ସେ ଫେବ୍ରୁଆରୀ ୨୦ ତାରିଖରେ ସମୁଦ୍ରରେ ନିଖୋଜ ହୋଇଯାଇଥିଲେ ।

ନିଖୋଜ ହେବା ପରେ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜିବାକୁ ପ୍ରୟାସ କରିଥିଲେ । କିନ୍ତୁ ଯୁବକଙ୍କୁ ଉଦ୍ଧାର କରାଯାଇପାରିନଥିଲା । ପରେ ମତ୍ସ୍ୟଜୀବୀ ମାନେ ସମୁଦ୍ରରୁ ୩ଟି ସାର୍କ ଧରିବା ପରେ ସେଥିମଧ୍ୟରୁ ଗୋଟିଏ ସାର୍କରେ ଯୁବକଙ୍କ ହାତର ଟାଟୁ ଦେଖିବାକୁ ମିଳିଥିଲା । ପରେ ପରିବାର ପକ୍ଷରୁ ଏହା ଚିହ୍ନଟ କରାଯିବା ପରେ ସାର୍କର ପେଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।