/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688380013.jpg)
PAN-Aadhaar link
ଆପଣ PAN ସହ ଆଧାର ଲିଙ୍କ କରିନାହାନ୍ତି କି ? ଯଦି ଆପଣ ୨୦୨୩ ଜୁନ୍ ୩୦ ତାରିଖ ସୁଦ୍ଧା ଆପଣଙ୍କର PANକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ବିଲକୁଲ୍ ବି ଚିନ୍ତା କରନ୍ତୁନାହିଁ । କାରଣ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସମୟସୀମା ଶେଷ ହୋଇଛି ସତ, ହେଲେ ଆପଣ ଏହାକୁ ନେଇ ସେପରି କଛି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଉଛି ।
ଯଦି ଆପଣଙ୍କ PAN କାର୍ଯ୍ୟକ୍ଷମ ହେଉନାହିଁ, ତେବେ ଆପଣଙ୍କ PAN ପାଇଁ ଏକ ଛୋଟିଆ କାମ କରିବାକୁ ପଡ଼ିବ । ୧୦୦୦ ଟଙ୍କା ଦେୟ ପରେ ଏହା ପୁନର୍ବାର ୩୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।
ମାର୍ଚ୍ଚ ୨୦୨୩ରେ ସିବିଡିଟି ସର୍କୁଲାର ଅନୁଯାୟୀ, ୧୦୦୦ ଟଙ୍କା ଦେୟ ପରେ ଆପଣଙ୍କ PAN ୩୦ ଦିନରେ ପୁନର୍ବାର କାର୍ଯ୍ୟକ୍ଷମ ହେବ । ହେଲେ PAN କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ, କିଛି ନିୟମ ଆପଣଙ୍କ ପାଇଁ ରହିଛି । ଯେପରିକି,
୧. ଆପଣ ନିଷ୍କ୍ରିୟ PAN ବ୍ୟବହାର କରି ରିଟର୍ନ ଫାଇଲ୍ କରିବାକୁ ସମର୍ଥ ହେବେ ନାହିଁ ।
୨. ବିଚାରାଧୀନ ରିଫଣ୍ଡଗୁଡିକ କାର୍ଯ୍ୟକ୍ଷମ PAN ଜରିଆରେ ଦିଆଯାଇପାରିବ ନାହିଁ ।
୩. PAN କାର୍ଯ୍ୟକ୍ଷମ ନହେବା କାରଣରୁ ଅଧିକ ହାରରେ ଟିକସ ଭରିବାକୁ ପଡିବ ।
୪. PAN କାର୍ଯ୍ୟକ୍ଷମ ନହେବା ଫଳରେ ତ୍ରୁଟିପୂର୍ଣ୍ଣ ରିଟର୍ଣ୍ଣ ଗୁଡ଼ିକ ସମାପ୍ତ ହୋଇପାରିବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)