/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725202231.jpg)
West Bengal
ପଶ୍ଚିମବଙ୍ଗରେ ପୁଣି ଲଜ୍ଜା । ହାୱଡା ସରକାରୀ ମେଡିକାଲର ସିଟି ସ୍କାନ ୱାର୍ଡରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ । ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଏବେ ବି ଖୋଜୁଛି ପୋଲିସ । ସୂଚନା ଅନୁସାରେ ନାବାଳିକା ଜଣକ ହାୱଡା ସରକାରୀ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଘଟଣା ଦିନ ନାବାଳିକାଙ୍କୁ ସିଟିସ୍କାନ ପାଇଁ ନିଆଯାଇଥିବା ବେଳେ ତାଙ୍କ ସହ ଥିବା ମହିଳାଙ୍କୁ ବାହାର କରି ଦେଇଥିଲା ଅଭିଯୁକ୍ତ । ନାବାଳିକାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
କୋଲକାତା ଆରିଜି କର ମେଡକାଲ କଲେଜର ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣା ମନରୁ ନ ଲିଭୁଣୁ ପୁଣି ଏଭଳି ଅସଦାଚରଣ ନେଇ କ୍ଷୋଭ ପ୍ରକାଶ ପାଇଛି। ସରକାରୀ ମେଡିକାଲରେ କିଭଲି ସୁରକ୍ଷାରେ ତ୍ରୁଟି ହେଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ସରକାରୀ ମେଡିକାଲର ସୁପରିଟେଣ୍ଡେଣ୍ଟ ସମସ୍ତ ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସିଟି ସ୍କାନ୍ ଡ୍ୟୁଟିରେ ଯେଉଁମାନେ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ପ୍ରତିବାଦ କରିଛି ହାୱଡ଼ା ବିଜେପି । ରାଜ୍ୟ ବିଜେପି ସଂପାଦକ ଉମେଶ ରାୟଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ହାୱଡ଼ା ସରକାରୀ ମେଡିକାଲର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟଳୟ ଆଗରେ ପ୍ରତିବାଦ କରିଛନ୍ତି । ସରକାରୀ ମେଡିକାଲରେ କିଭଳି ସୁରକ୍ଷାରେ ଏତେ ବଡ଼ ତ୍ରୁଟି ହେଲା ସେ ନେଇ ବିଜେପି ପ୍ରଶ୍ନ କରିଛି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)