• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

UPSC ଟପ୍ପର ଟିନା ଡାବିଙ୍କ ପରେ ଏବେ ଆଇଏଏସ୍ ଅଧିକାରୀ ସ୍ମିତା ସାବରୱାଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚା । ତାଙ୍କର ଦ୍ୱାଦଶ ମାର୍କସିଟ୍ ଏବେ ଖୁବ୍‌ ଭାଇରାଲ ହେଉଛି। ମାତ୍ର ୨୩ ବର୍ଷ ବୟସରେ, ସ୍ମିତା ସାବରୱାଲ ଯେଉଁ ସଫଳତା ହାସଲ କରିଛନ୍ତି, ସେଇ ସଫଳତା ପାଇଁ ଅନେକ ଲୋକ କେବଳ ସ୍ୱପ୍ନ ଦେଖିଥାନ୍ତି । ସ୍ମିତାଙ୍କ ସଫଳତା ଏବଂ ଦୃଢ଼ ନିଷ୍ଠା ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ । ୨୦୦୦ ମସିହାରେ ଦେଶର କଠିନ ପ୍ରତିଯୋଗିତାମୂଳକ UPSC ପରୀକ୍ଷାରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ।

ତେବେ ଆସନ୍ତୁ ଜାଣିବା ତାଙ୍କର ସଫଳତା ପଛର ପୂରା କାହାଣି...

ସ୍ମିତା ସାବରୱାଲଙ୍କ ଶିକ୍ଷାଗତ ଯାତ୍ରା ସମସ୍ତଙ୍କ ପାଇଁ ଏକ ପ୍ରକାର ପ୍ରେରଣା । ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ବଙ୍ଗୀୟ ପରିବାରରେ ତାଙ୍କର ଜନ୍ମ । ପିତା କର୍ଣ୍ଣେଲ ପ୍ରଣବ ଦାସ ଏବଂ ମାତା ପୁରବୀ ଦାସ । ବାପା-ମାଆଙ୍କ ପାଖରେ ରହି ସେ ବଡ଼ ହୋଇଛନ୍ତି । ହାଇଦ୍ରାବାଦର ସିକନ୍ଦରାବାଦ୍‌ ସେଣ୍ଟ ଏନ୍‌ ହାଇ ସ୍କୁଲରେ ସେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ।

ସ୍ମୃତି ସାବରୱାଲଙ୍କ ସଫଳତାର ମୂଳଦୁଆ ବହୁ ପୂର୍ବରୁ ପଡ଼ିସାରିଥିଲା । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ତାଙ୍କର ଅସାଧାରଣ ପ୍ରଦର୍ଶନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ୧୯୯୫ରେ CISCE ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ସ୍ମିତା ଉଭୟ ଇଂରାଜୀ ଏବଂ ହିନ୍ଦୀରେ ୧୦୦ ରୁ ୯୪ ମାର୍କ ରଖିଥିଲେ । ଏହା ବ୍ୟତୀତ ସେ ଅର୍ଥନୀତିରେ ୧୦୦ ରୁ ୯୦ ମାର୍କ ହାସଲ କରିଥିଲେ ।

ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ । ଆଉ ସଫଳତା ପାଇଥିଲେ । ଦ୍ୱିତୀୟ ପ୍ରୟାସରେ ସେ କେବଳ ୟୁପିଏସ୍‌ସି ପରୀକ୍ଷା ପାସ୍‌ କରିଥିଲେ ତାହା ନୁହେଁ ବରଂ ସେ ସାରା ଦେଶରେ ଚତୁର୍ଥ ରାଙ୍କ ହାସଲ କରିଥିଲେ । ୨୨ ବର୍ଷ ବୟସରେ ତାଙ୍କର ଏହି ସଫଳତା ତାଙ୍କୁ ଭାରତର ସବୁଠାରୁ କନିଷ୍ଠ IAS ଅଧିକାରୀ ଭାବରେ ପରିଣତ କରିଥିଲା ।

Smita SabarwalSmita Sabarwal

ତାଙ୍କ କ୍ୟାରିୟରରେ ସ୍ମିତା ଲୋକଙ୍କ ଅଫିସର ଭାବେ ମଧ୍ୟ ପରିଚୟ ହାସଲ କରିଥିଲେ । ସେ ଲୋକଙ୍କ ସମସ୍ୟାକୁ ଗମ୍ଭୀରତାର ସହ ଶୁଣନ୍ତି ଏବଂ ସମାଧାନ ଖୋଜିବାରେ ବିଶ୍ୱାସ କରନ୍ତି । ସେ ପ୍ରଶାସନରେ ଲୋକଙ୍କ ଭାଗିଦାରୀକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି । ସେ ହେଉଛନ୍ତି ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ଯିଏକି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now