Advertisment

୪ ଲକ୍ଷ ଟଙ୍କାର ଅଫର୍‌କୁ ମନା କଲେ ଏହି ଇନଫ୍ଲୁଏନସର୍, ଜାଣନ୍ତୁ କାହିଁକି ...

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବାହାଘର ହୋଇଛି । ତେବେ ଉକ୍ତ ବାହାଘରରେ ଯୋଗଦେବାକୁ ଜଣେ ଇନଫ୍ଲୁଏନ୍ସର୍ ମନାକରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
 Kavya Karnatac Said No To Ambani Wedding

Kavya Karnatac

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କର ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବାହାଘର ହୋଇଛି । ଉକ୍ତ ବାହାଘରକୁ ଦେଶ ବିଦେଶରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଜଣେ ଇନଫ୍ଲୁଏନ୍ସର୍ ଏପରି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅମ୍ବାନୀଙ୍କର ବାହାଘରକୁ ଯିବାକୁ ଜଣେ ଇନଫ୍ଲୁଏନସର୍ ତଥା ୟୁଟ୍ୟୁବରଙ୍କୁ ପାଖାପାଖି ୪ ଲକ୍ଷ ଟଙ୍କାର ଅଫର୍ ଦିଆଯାଇଥିଲା ।

Advertisment

ତେବେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ବାହାଘରରେ ଯୋଗ ଦେଇନଥିଲେ । ଏହା ହିଁ ଅନେକଙ୍କୁ ଆଚମ୍ବିତ କରିଥିଲା । ଇନଷ୍ଟାଗ୍ରାମର୍ କାବ୍ୟା ନିକଟରେ ପ୍ରକାଶ କରିଛନ୍ତି ଯେ ସେ କାହିଁକି ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହକୁ ଯିବାକୁ ମନା କରିଦେଇଥିଲେ ।… ଏହା ବ୍ୟାପକ କୌତୁହଳ ସୃଷ୍ଟି କରିବା ସହ ଅନେକ ପ୍ରଶଂସା ମଧ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ: ଅମ୍ବାନୀ ପରିବାର ପକ୍ଷରୁ ଅତିଥିଙ୍କୁ ଏତେ କୋଟିର ଉପହାର; ଜାଣନ୍ତୁ କିଏ କିଏ ପାଇଲେ

Advertisment

ଏହି ଖବର ଉପରୁ ପର୍ଦା ଉଠାଇ କାବ୍ୟା କହିଛନ୍ତି, ଅନନ୍ତଙ୍କ ବିବାହକୁ ଯିବାକୁ ତାଙ୍କୁ ୩.୬ ଲକ୍ଷ ଟଙ୍କାର ଅଫର୍ ମିଳିଥିଲା । ଅମ୍ବାନୀଙ୍କ ବିବାହ କିପରି ଭାରତୀୟ ଅର୍ଥନୀତିକୁ ବୃଦ୍ଧି କରିବ ସେ ବିଷୟରେ ଆଲୋଚନା କରିବା ପାଇଁ ଏହି ଟଙ୍କା ମିଳିଥାଆନ୍ତା । ତଥାପି, ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କାବ୍ୟା କହିଛନ୍ତି, ସେ ଅଫର୍ ମୋ ପାଇଁ ବହୁତ ଅଧିକ ଥିଲା । ତେବେ କାହିଁକି ପ୍ରତ୍ୟାଖ୍ୟାନ କଲେ ଆସନ୍ତୁ ଜାଣିବା ...

ବ୍ୟକ୍ତିଗତ ବ୍ରାଣ୍ଡ: ସେଇ ସମାନ କାହାଣୀକୁ ପ୍ରୋତ୍ସାହିତ କରୁଥିବା ଏକ ଭିଡ଼ର ଅଂଶ ହେବାକୁ ଚାହୁଁନଥିଲି ବୋଲି ସଫା ସଫା କହିଛନ୍ତି କାବ୍ୟା । ଶବ୍ଦରେ ହଜିଯିବା ସହଜ । ମୋର ବିଷୟବସ୍ତୁର ସ୍ୱତନ୍ତ୍ରତା ଏବଂ ମୂଲ୍ୟକୁ ବଜାୟ ରଖିବାରେ ମୁଁ ବିଶ୍ୱାସ କରେ । ଯାହା ବିବିଧତା ଏବଂ ମୌଳିକତା ଉପରେ ଫୋକସ୍ କରିଥାଏ ବୋଲି ସେ କହିଛନ୍ତି । ଅମ୍ବାନୀଙ୍କ ବିବାହ ଅତ୍ୟଧିକ ପ୍ରୋତ୍ସାହିତ । ଏହା ହିଁ ବ୍ରାଣ୍ଡର ସ୍ୱତନ୍ତ୍ରତାକୁ ହ୍ରାସ କରିବ ବୋଲି ସେ କହିଛନ୍ତି ।

ଦର୍ଶକଙ୍କ ବିଶ୍ୱାସ: ଗତ କିଛିଦିନ ତଳେ ଜିଓ ଇଣ୍ଟରନେଟ୍ ନିଜର ରିଚାର୍ଜ ବଢ଼ାଇଥିଲା । ଫଳରେ ଅମ୍ବାନୀଙ୍କୁ ଏଥିପାଇଁ ବିପୁଳ ପରିମାଣରେ ଲାଭ ହୋଇଥିଲା । ତେବେ ଖାଉଟି ଓ ଜନସାଧାରଣଙ୍କୁ ଏହା ପସନ୍ଦ ଆସିନଥିଲା । କାବ୍ୟା କହିଛନ୍ତି, ମୋର ଶ୍ରୋତାମାନେ ବୁଦ୍ଧିମାନ । ସେମାନେ ଦେୟଯୁକ୍ତ ପଦୋନ୍ନତି ଏବଂ ପ୍ରକୃତ ବିଷୟବସ୍ତୁ ମଧ୍ୟରେ ପାର୍ଥକ୍ୟ କରିପାରିବେ । ତେଣୁ, ସେମାନଙ୍କର ବିଶ୍ୱାସ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅଧିକ ପଢ଼ନ୍ତୁ: Video: ବିବାହ ପରେ ଏହି ସ୍ଥାନକୁ ଗଲେ ଅନନ୍ତ-ରାଧିକା; ମିଳିଲା ଭବ୍ୟ ସ୍ବାଗତ...

ନୈତିକ ଚିନ୍ତାଧାରା: ଯେଉଁ ଦେଶରେ ଜାତି, ଶ୍ରେଣୀ, ଲିଙ୍ଗ, ଏବଂ ଧର୍ମ ହେତୁ ବିବାହ ପ୍ରାୟତଃ ବାତିଲ ହୁଏ, ସେପରି ଦେଶରେ ଏହି ବାହାଘରକୁ ପ୍ରୋତ୍ସାହିତ କରିବା ଠିକ୍ ନୁହେଁ ବୋଲି କାବ୍ୟା କହିଛନ୍ତି । ଜଣେ ଶିକ୍ଷାବିତ୍ ଭାବରେ, ଏପରି ଘଟଣାକୁ ପ୍ରୋତ୍ସାହିତ କରିବା ବିଭ୍ରାନ୍ତିକର ହୋଇପାରେ ବୋଲି କହିଥିଲେ ।

ବ୍ୟକ୍ତିଗତ ଅଖଣ୍ଡତା: ୩.୬ ଲକ୍ଷ ଚୁକ୍ତି ନିହାତି ଭାବେ ଲୋଭନୀୟ ଅଫର୍ । ତଥାପି, ଦୀର୍ଘମିଆଦି ଲାଭକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାଖ୍ୟାନ କରିବା ମୋ ପାଇଁ ଠିକ୍ ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏପରି ଅଫର୍‌କୁ ନା କହିବା ଚ୍ୟାଲେଞ୍ଜ । ମୁଁ ମୋ କ୍ୟାରିୟରର ଏପରି ଏକ ପର୍ଯ୍ୟାୟରେ ଅଛି ଯେଉଁଠାରେ ମୁଁ ନିଜ ପସନ୍ଦରେ ବଞ୍ଚିପାରିବି। ତାଙ୍କ ମତରେ ସେ ସେଠାକୁ ଯାଇଥିଲେ ଭିଡ଼ ଭିତରେ ହଜିଯାଇଥାନ୍ତେ। କିନ୍ତୁ ସେ ନିଜକୁ ସ୍ୱତନ୍ତ୍ର ବୋଲି ଭାବୁଥିବାରୁ ସେଠାକୁ ଯାଇ ନିଜକୁ ହଜାଇଦେବାକୁ ଚାହିଁଲେ ନାହିଁ। ଏହା ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ କହିଛନ୍ତି ।

Mukesh Ambani Anant Ambani
Advertisment
Advertisment