Advertisment

ଅମ୍ବାନୀ ପରିବାର ପକ୍ଷରୁ ଅତିଥିଙ୍କୁ ଏତେ କୋଟିର ଉପହାର; ଜାଣନ୍ତୁ କିଏ କିଏ ପାଇଲେ

ଅନନ୍ତ ଅମ୍ବାନୀ ବିବାହ ଏହାର ଗ୍ରାଣ୍ଡ ସେଲିବ୍ରେସନ ପାଇଁ ଏବେ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ଏହି ବିବାହକୁ ନେଇ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ବିବାହ ଉତ୍ସବରେ ବରପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ବହୁତ ମହଙ୍ଗା ଉପହାର ଦିଆଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Anant ambani gifted watches worth two crores to his special guest

Anant ambani gifted watches worth two crores to his special guest

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି। ଏହି ବିବାହ ଏହାର ଗ୍ରାଣ୍ଡ ସେଲିବ୍ରେସନ ପାଇଁ ଏବେ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ଏହି ବିବାହକୁ ନେଇ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ବିବାହ ଉତ୍ସବରେ ବରପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ବହୁତ ମହଙ୍ଗା ଉପହାର ଦିଆଯାଇଛି।

Advertisment

ଖବର ଅନୁଯାୟୀ ଅନନ୍ତ ଅମ୍ବାନୀ ତାଙ୍କ ନିକଟତମ ଲୋକଙ୍କୁ ୨କୋଟି ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ଘଣ୍ଟା ଉପହାର ଦେଇଥିବା କୁହାଯାଉଛି। ତେବେ ଯେଉଁମାନେ ଏହି ଘଣ୍ଟା ପାଇଛନ୍ତି ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ, ରଣବୀର ସିଂହ, ଶିଖର ପାହାଡ଼ିଆ, ବୀର ପାହାଡ଼ିଆ ଏବଂ ମୀଜାନ ଜାଫରୀଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଛନ୍ତି।

ଯଦି ଏହି କଥାକୁ ବିଶ୍ୱାସ କରାଯାଏ, ତେବେ ଏହି ଘଣ୍ଟାଗୁଡ଼ିକ ୧୮ କ୍ୟାରେଟ୍ ଗୋଲାପ ସୁନାରେ ତିଆରି ହୋଇଥିବା ବେଳେ ଏଥିରେ କଳା ରଙ୍ଗର ସବ୍ ଡାଏଲ୍ ଲାଗିଛି। ଏହା କୁହାଯାଉଛି ଯେ ଏମିତି ୨୫ଟି ଘଣ୍ଟା ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଛି।

Advertisment

ଅନନ୍ତ-ରାଧିକାଙ୍କ ଏହି ବିବାହ ଉତ୍ସବରେ ରଣବୀର କପୁର, ଆଲିଆ ଭଟ୍ଟ, କ୍ରିତି ସାନନ, ଦୀପିକା ପାଦୁକୋନ, ଅର୍ଜୁନ କପୁର, ଶାନୟା କପୁର ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ଜୟା ବଚ୍ଚନ ଏବଂ ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନଙ୍କ ଭଳି ତାରକାମାନେ ଯୋଗ ଦେଇଥିଲେ।

ଏହା ବ୍ୟତୀତ ଜାହ୍ନଭୀ କପୁର, ବରୁଣ ଧାୱନ, ସାରା ଅଲି ଖାନ, ଅନନ୍ୟା ପାଣ୍ଡେ, ରେଖା, ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନାସଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।

ଶନିବାର ଦିନ ନବ ବିବାହିତ ଦମ୍ପତି ଏକ ଶୁଭ ଆଶୀର୍ବାଦ ସମାରୋହ ଆୟୋଜନ କରିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୱନ କଲ୍ୟାଣ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ଉପସ୍ଥିତ ଥିଲେ। ବିବାହ ପରେ ଅନନ୍ତ ଏବଂ ରାଧିକା ମଧ୍ୟ ୧୪ଜୁଲାଇ ବା ଆଜି ମୁମ୍ବାଇରେ ଏକ ରିସେପ୍‌ସନ୍ ପାର୍ଟିର ଆୟୋଜନ କରୁଛନ୍ତି।

Mukesh Ambani Ranveer Singh Shahrukh Khan Anant Ambani
Advertisment
Advertisment