• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗଗନୟାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା ହୋଇଛି । ବିକ୍ରମ ସାରାଭାଇ ସ୍ପଶ ସେଣ୍ଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛି ଇସ୍ରୋ । ମନୋନୀତ ମହାକାଶଚାରୀଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନୀତ କରିଥିଲେ ମୋଦି । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣ ହେଲେ ଭାରତୀୟ ବାୟୁସେନାର ୪ ପାଇଲଟ୍ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ୍ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ।

ତେବେ କିଏ ଏହି ୪ ମହାକାଶଚାରୀ ?

ସୂଚନା ଅନୁସାରେ, ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ବାଲକ୍ରିଷ୍ଣନ୍ ନାୟାରଙ୍କ ଜନ୍ମ ୧୯୭୬ ଅଗଷ୍ଟ ୨୬ରେ । ଘର କେରଳର ତିରୁଭଳିୟାଡ଼ । ଏୟାରଫୋର୍ସ ଏକାଡେମୀରେ ସେ ପାଇଥିଲେ ସ୍କ୍ୱାର୍ଡ ଅଫ୍ ହନର୍ । ୧୯୯୮ ଡିସେମ୍ବର ୧୯ରେ ବାୟୁସେନା ଫାଇଟର ଷ୍ଟ୍ରିମରେ ଯୋଗ ଦେଇଥିଲେ ପ୍ରଶାନ୍ତ। ସୁଖୋଇ, ମିଗ୍, ହକ୍ ଓ ଡୋର୍ନିୟର ଆଦିରେ ୩ ହଜାର ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ବେଳେ, ସେ ଜଣେ କ୍ୟାଟାଗୋରି-ଏ ଫ୍ଲାଇଂ ଇନଷ୍ଟ୍ରକ୍ଟର ଏବଂ ଟେଷ୍ଟ୍ ପାଇଲଟ୍।

ସେହିପରି ଗ୍ରୁପ୍‌ କ୍ୟାପଟେନ୍ ଅଜିତ କ୍ରିଷ୍ଣନଙ୍କ ଜନ୍ମ ୧୯୮୨ ଏପ୍ରିଲ ୧୯, ଚେନ୍ନାଇ । ଏୟାରଫୋର୍ସ ଏକାଡେମୀରେ ପାଇଛନ୍ତି ପ୍ରେସିଡେଣ୍ଟସ୍ ଗୋଲ୍ଡ ମେଡାଲ୍ ଏବଂ ସ୍ବର୍ଡ ଅଫ୍ ଅନର୍ । ୨୦୦୩ ଜୁନ୍ ୨୧ରେ ବାୟୁସେନାରେ ଯୋଗଦାନ, ୨୯ ଶହ ଘଣ୍ଟାର ଉଡ଼ାଇ ଅଭିଜ୍ଞତା ଥିବା ଫ୍ଲାଇଂ ଇନଷ୍ଟ୍ରକ୍ଟର ଓ ଟେଷ୍ଟ ପାଇଲଟ୍। ସେ ବି ଉଡ଼ାଇଛନ୍ତି ସୁଖୋଇ, ମିଗ୍, ଜାଗୁଆର୍ ଓ ଡୋର୍ନିଅର ଆଦି ବିଭିନ୍ନ ପିଢ଼ିର ଲଢ଼ୁଆ ବିମାନ।

ଗ୍ରୁପ୍‌ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଉତ୍ତର ପ୍ରଦେଶ ପ୍ରୟାଗରାଜର । ଜନ୍ମ ୧୯୮୨ ଜୁଲାଇ ୧୭। ସେ ୨୦୦୪ ଡିସେମ୍ବର ୧୮ରେ ବାୟୁସେନାରେ ଯୋଗଦାନ କରିଥିଲେ। ସେ ବି ବିଭିନ୍ନ ଫାଇଟର ଜେଟରେ ୨ ହଜାର ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ଜଣେ ଫ୍ଲାଇଂ ଇନଷ୍ଟ୍ରକ୍ଟର ଓ ଟେଷ୍ଟ ପାଇଲଟ୍।

ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳାଙ୍କ ଘର ମଧ୍ୟ ଉତ୍ତରପ୍ରଦେଶ ଲକ୍ଷ୍ନୌର । ସେ ୧୯୮୫ ଅକ୍ଟୋବର ୧୦ ଜନ୍ମଗ୍ରହଣ କରିଥିଲେ। ୱିଙ୍ଗ୍ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ୨୦୦୬ ଜୁନ୍‌ ୧୭ରେ ବାୟୁସେନାରେ ଯୋଗ ଦେଇଥିଲେ। ଶୁଭ୍ରାଂଶୁ ଜଣେ ଅଭିଜ୍ଞ ଫାଇଟର୍ କମ୍ବାଟ୍ ଲିଡର ଏବଂ ଟେଷ୍ଟ ପାଇଲଟ୍ ।