Advertisment

ନର୍ସଙ୍କୁ ଗୁରୁ‌ଜ୍ଞାନ ଦେଲେ ଯୋଗୀ, କହିଲେ ଏମିତି କରନ୍ତୁ ରୋଗୀଙ୍କ ଚିକିତ୍ସା..

ଯୋଗୀଙ୍କ ବଡ଼ ମନ୍ତବ୍ୟ। ସ୍ୱାସ୍ଥ୍ୟବିଭାଗର ମେରୁଦଣ୍ଡ ହେଲେ ନର୍ସ...ପରାମର୍ଶ ଦେଇ କହିଲେ, ନର୍ସ ଏମିତି ବ୍ୟବହାର କରିବା ଦରକାର ଯେମିତି ରୋଗୀ ଖୁସି ହେବେ, ଆଉ ଆଶୀର୍ବାଦ ଦେବେ

author-image
Manoranjan Behera
ଅଦ୍ୟତନ ହୋଇଛି
UP CM Yodi Adityanath

Yodi Adityanath

ନର୍ସ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରକୃତ ମେରୁଦଣ୍ଡ । ତେଣୁ ଆପଣମାନେ ରୋଗୀଙ୍କୁ ଏମିତି ବ୍ୟବହାର କରନ୍ତୁ ଯାହାଦ୍ୱାରା ସେମାନେ ଆପେ ଆପେ ଭଲ ହୋଇଯିବେ। ନର୍ସଙ୍କୁ କିଛି ଏମିତି ପରାମର୍ଶ ଦେଇ ଏବେ ଚର୍ଚ୍ଚାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଖାଲି ଏତିକି ନୁହେଁ ଯୋଗୀ କହିଛନ୍ତି, ରୋଗୀମାନଙ୍କ ପ୍ରତି ସେବା ତଥା ଉତ୍ସର୍ଗୀକୃତ ଭାବ ପ୍ରଦର୍ଶନ କଲେ ରୋଗୀ ଖୁସି ହେବେ। ଆଉ ରୋଗୀର ରୋଗ ଧୀରେ ଧୀରେ ଭଲ ହେବ।

Advertisment

ଲକ୍ଷ୍ନୌ ଲୋକ ଭବନରେ ଉତ୍ତରପ୍ରଦେଶ ଲୋକସେବା ଆୟୋଗ ଦ୍ୱାରା ମନୋନୀତ ୧୩୫୪ ଜଣ ନର୍ସଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ସମାରୋହରେ ନର୍ସଙ୍କୁ କିଛି ଏମିତି ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆମେ ସମସ୍ତେ ଜାଣିଛୁ ନର୍ସମାନେ ରୋଗୀଙ୍କ ସହ ଓତପ୍ରୋତଃ ଭାବରେ ଜଡିତ । ତେଣୁ କେମିତି ରୋଗୀମାନେ ସହଜରେ ଭଲ ହେବେ ସେନେଇ ଏମିତି କହିଛନ୍ତି ଯୋଗୀ ।

ଅଧିକ ପଢ଼ନ୍ତୁ: ଶିକ୍ଷକଙ୍କୁ କଠୋର ନିର୍ଦ୍ଦେଶ ! ସ୍କୁଲ ଆରମ୍ଭର ୧୫ ମିନିଟ୍‌ ପୂର୍ବରୁ ଆସିବେ, ଛୁଟି ହେବାର ୩୦ ମିନିଟ୍‌ ପରେ ଯିବେ

Advertisment

ନର୍ସମାନଙ୍କୁ ଉତ୍ସାହିତ କରି ଯୋଗୀ କହିଛନ୍ତି, “ଆପଣମାନେ ଡାକ୍ତରଖାନାରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିବା ଉଚିତ୍ । ଏପରି ପରିବେଶ ସୃଷ୍ଟି କରିବା ଉଚିତ୍ ଯେଉଁଥିରେ ଜଣେ ରୋଗୀ ମଧ୍ୟ ଶକ୍ତି ପାଇପାରିବେ ଏବଂ ଭାବିବେ ଏଇଟା ତାଙ୍କର ଘର । ଯଦି ଆପଣମାନେ ଭଲ ବ୍ୟବହାର କରିବେ ରୋଗୀମାନେ ଘରକୁ ଫେରି ଆପଣଙ୍କ ପ୍ରଶଂସା କରିବା ସହିତ ଆପଣଙ୍କୁ ଆଶୀର୍ବାଦ ଦେବେ, ଯାହା ଫଳରେ ନିଜ କ୍ୟାରିଅରରେ ଆପଣମାନେ ବହୁତ ଆଗକୁ ଯାଇପାରିବେ’’।

ତେବେ ଯୋଗୀଙ୍କ ଏହି ବୟାନକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ହଠାତ୍‌ ନର୍ସମାନଙ୍କୁ ଡାକି କାହିଁକି ଏମିତି ପରାମର୍ଶ ଦେଲେ ତାହାକୁ ନେଇ ଆଲୋଚନା ବି ହେଉଛି। କିନ୍ତୁ ଯୋଗୀ ସ୍ୱାସ୍ଥ୍ୟସେବା ଲାଗି କେତେ ଚିନ୍ତିତ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

Yodi Adityanath
Advertisment
Advertisment