Advertisment

Badrinath Avalanche: ହିମ ବିଭୀଷିକା: ଧସିଲା ବରଫ ପାହାଡ଼; ସାମ୍ନାକୁ ଆସିଲା ଛାତିଥରା ଚିତ୍ର...

ଭାରତର ଶେଷ ଗାଁରେ ହିମ ବିଭୀଷିକା । ବଦ୍ରିନାଥ ନିକଟରେ ଧସିଲା ବରଫ ପାହାଡ଼ । ଆଖି ପିଛୁଳାକେ ମାଡ଼ି ଆସିଲା ବିରାଟ ଆଭାଲାଞ୍ଚ୍ । ୫୦ରୁ ଅଧିକ ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଟନ୍ ଟନ୍ ବରଫ ।

ଅଦ୍ୟତନ ହୋଇଛି
undefined

Massive Avalanche Strikes Badrinath

Advertisment

ଉତ୍ତରାଖଣ୍ଡ ବଦ୍ରିନାଥ ନିକଟରେ ବଡ଼ ଧରଣର ହିମସ୍ଖଳନ । ଏବେବି ବରଫ ପାହାଡ଼ ତଳେ ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ। ପ୍ରତିକୂଳ ପାଗ ରେସ୍କ୍ୟୁ ଅପରେସନରେ ବାଧା ସୃଷ୍ଟି କରୁଥିବା ବେଳେ, ବହୁ କଷ୍ଟରେ ଜୀବନକୁ ବାଜି ଲଗାଇ ୧୬ ଜଣଙ୍କୁ ସଂକାଟପନ୍ନ ଅବସ୍ଥାରେ ଉଦ୍ଧାର କରିଛନ୍ତି BRO ଏବଂ ITBP ଯବାନ୍ । ଏପଟେ ହିମାଚଳ ପ୍ରଦେଶ କୁଲୁରେ ବି ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସାମ୍ନାକୁ ଆସୁଛି ଛାତିଥରା ଚିତ୍ର ।

Advertisment

ଭାରତର ଶେଷ ଗାଁରେ ହିମ ବିଭୀଷିକା । ବଦ୍ରିନାଥ ନିକଟରେ ଧସିଲା ବରଫ ପାହାଡ଼ । ଆଖି ପିଛୁଳାକେ ମାଡ଼ି ଆସିଲା ବିରାଟ ଆଭାଲାଞ୍ଚ୍ । ୫୦ରୁ ଅଧିକ ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଟନ୍ ଟନ୍ ବରଫ ।ପ୍ରବଳ ତୁଷାରଝଡ଼କୁ ଖାତିର ନକରି... ଆଣ୍ଠୁଏରୁ ଅଣ୍ଟାଏ ଉଚ୍ଚ ବରଫକୁ ଚିରି, ଶୀତଳ ମୃତ୍ୟୁର ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନା ରୂପୀ ଦେବଦୂତ। ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ବଡ଼ ଅଘଟଣ ପରେ ଜାରି ରହିଛି ରେସ୍କ୍ୟୁ ଅପରେସନ୍। ବଦ୍ରିନାଥ ମନ୍ଦିରରୁ ୫ କିଲୋମିଟର ଦୂର ତଥା ଭାରତର ସୀମାବର୍ତ୍ତୀ ଗାଁ ମାଣାରେ ବିରାଟ ହିମସ୍ଖଳନ ହୋଇଛି। ୧୬ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଆର୍ମି କ୍ୟାମ୍ପକୁ ଅଣାଯାଇଥିବା ବେଳେ, ଏବେବି ନିଖୋଜ ଅଛନ୍ତି ୪୦ ଶ୍ରମିକ। ଏମାନେ ସମସ୍ତେ ବର୍ଡର୍ ରୋଡ୍ ଅର୍ଗାନାଇଜେସନ୍-BRO କ୍ୟାଂପରେ ନିୟୋଜିତ ଥିଲେ ଏବଂ ସେଠାରେ ରାସ୍ତା ନିର୍ମାଣ କାମରେ ନିୟୋଜିତ ଥିଲେ ବୋଲି ପ୍ରାଥମିକ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ, ବରଫ ଅତଡା ତଳେ ୪୦ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

Advertisment

ହିମସ୍ଖଳନର ବେଶ୍ କିଛି ଘଣ୍ଟା ପରେ ବି, ମିଳୁନି ନିଖୋଜ ଶ୍ରମିକଙ୍କ ପତ୍ତା । ଉଦ୍ଧାର କାର୍ଯ୍ୟରେ ବାଧା ସାଜିଛି ଖରାପ ପାଗ। ପ୍ରବଳ ବର୍ଷା ଓ ତୁଷାରପାତ ଯୋଗୁଁ ହେଲିକପ୍ଟର କିମ୍ବା ଡ୍ରୋନ୍ ଉଡ଼ାଇ ହେଉନାହିଁ। ସବୁ ରାସ୍ତାରେ ବରଫ ଜମା ହୋଇଯାଇଛି । ରାସ୍ତାରୁ ବରଫ ହଟାଇବାକୁ ସ୍ନୋ କଟର୍ କାମରେ ଲାଗିଛି। ଯୋଶୀମଠରୁ NDRF ଓ SDRF ଯବାନ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି। ରେସ୍କ୍ୟୁ ଅପରେସନରେ ITBP ଯବାନ ବି ନିୟୋଜିତ ହୋଇଛନ୍ତି। ଏପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଥିବା ବେଳେ, ତାଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହାୟତାର ଭରସା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ସେପଟେ ହିମାଚଳପ୍ରଦେଶ କୁଲ୍ଲୁରେ ବି ବର୍ଷା ବିତ୍ପାତ ପରେ ତାଣ୍ଡବ ରଚିଛି ଫ୍ଲାସ୍ ଫ୍ଲଡ୍। ପାଣି ଓ ପଥର ତଳେ ପୋତି ହୋଇଯାଇଛି ଯାନବାହନ, ଅସ୍ତବ୍ୟସ୍ତ ଜନଜୀବନ। ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର ଚିତ୍ର। ଏସବୁ ଭିତରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

Advertisment

ଅଧିକ ପଢ଼ନ୍ତୁ: ଭାରତୀୟ ପାସପୋର୍ଟରେ ରଙ୍ଗ ବିଭେଦ କାହିଁକି ? ୪ ରଙ୍ଗର ପାସପୋର୍ଟ ପଛରେ କ‘ଣ ରହିଛି ରହସ୍ୟ ?  

Badrinath Workers Avalanche
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ