Advertisment

Maoist Encounter: ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଲେ ମାଓବାଦୀ; ତିର୍ଲିପୋଷିରେ ସର୍ଚ୍ଚ ଅପରେସନ

ବଙ୍ଗାରାମ ତିର୍ଲିପୋଷିରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଦ୍ବାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Tirliposhi

Tirliposhi

କେ.ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ଵାରା ବିସ୍ଫୋରକ ଗାଡ଼ି ଲୁଟ୍ ହେବା ତିନି ଦିନ ପରେ ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍ ବିସ୍ଫୋରକର ସନ୍ଧାନ ମିଳିଥିବା ବେଳେ ବଙ୍ଗାରାମ ତିର୍ଲିପୋଷିରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ବେଳେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଇଛନ୍ତି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି। ପୂର୍ବରୁ ଅନେକ ବିସ୍ଫୋରକ ଠାବ କରା ଯାଇଥିବା ବେଳେ ଆହୁରି ଲୁଟ ହୋଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର ପାଇଁ ଉଦ୍ୟମ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ।

Advertisment

ଗତ କାଲି ଜରେଇକେଲା ଥାନା ଅନ୍ତର୍ଗତ ତିର୍ଲିପୋଷି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବା ସମୟରେ ଯବାନମାନେ ଲୁଟ୍ ହୋଇଥିବା ବିସ୍ଫୋରକର ସନ୍ଧାନ ପାଇଥିଲେ। ଯବାନମାନଙ୍କୁ ଦେଖି ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ସିଆର୍‌ପିଏଫ୍ କୋବ୍ରା ୨୦୯ ବାଟାଲିୟନର ଯବାନ ସୁନୀଲ କୁମାର ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଝାଡ଼ଖଣ୍ଡ ମନୋହରପୁର ହସ୍‌ପିଟାଲ ଓ ପରେ ରାଉରକେଲା ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ସୁନ୍ଦରଗଡ଼ରୁ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣା, ୩ ଦିନ ପରେ ମିଳିଲା ବିସ୍ଫୋରକ

Advertisment

କୁହାଯାଉଛି ଯେ ଯେଉଁ ସ୍ଥାନରେ ବିସ୍ଫୋରକ ସବୁ ରଖାଯାଇଥିଲା ସେଠାରେ ବହୁସଂଖ୍ୟକ ମାଓବାଦୀ ‘ଆମ୍ବୁସ୍’ କରି ରହିଥିଲେ। ସର୍ଚ୍ଚ ଅପରେସନ୍ ସମୟରେ ମାଓ ଆଡ୍ଡାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସାମଗ୍ରୀ ଜବତ ହୋଇଛି। ଏହି ମିଳିତ ଅପରେସନ୍‌ରେ ଝାଡ଼ଖଣ୍ଡ ଚାଇବାସା ପୁଲିସ ସହିତ ଝାଡ଼ଖଣ୍ଡ ଜାଗୁଆର ଓ ସିଆର୍‌ପିଏଫ୍ କୋବ୍ରା ବାହିନୀର ଯବାନ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁରକ୍ଷାବାହିନୀ ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ରହିଛନ୍ତି। ପୂର୍ବରୁ ମଧ୍ୟ ଏଠାରେ ନକ୍ସଲମାନଙ୍କ ଆଡା ନଷ୍ଟ କରି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସ୍ଥାନୀୟ ପୁଲିସର ସୂଚନା ମୁତାବକ ସିପିଆଇ ମାଓ ସଂଗଠନର ଶୀର୍ଷ କମାଣ୍ଡର ମିସିର ବେସରା, ଅନମୋଲ, ମୋଛୁ, ଅନୀଲ, ଅସୀମ ମଣ୍ଡଳ, ଚମନ, ଅଜୟ ମାହାତୋ,ସାଗେନ ଅଙ୍ଗାରିଆ, ଅଶ୍ଵିନ ପ୍ରମୁଖ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି ଏବଂ ସେମାନେ କିଛି ବଡ଼ ଷଡ଼ଯନ୍ତ୍ର ଯୋଜନା କରୁଥିଲେ। ତେବେ ଜବତ ହୋଇଥିବା ବିସ୍ଫୋରକ ବାଙ୍କୋ ନିକଟରୁ ଲୁଟ୍ ହୋଇଥିବା ବିସ୍ଫୋରକ କି ନୁହେଁ, ତାହା ଚାଇବାସା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ଅଧିକ ପଢ଼ନ୍ତୁ: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

Odisha Gun Battle With Maoists Jharkhand
Advertisment
Advertisment