Advertisment

Two Maoists killed in Sukma: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ୨ ମାଓବାଦୀ ନିପାତ

ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲୋକାଲ ଅର୍ଗାନାଇଜେସନ ସ୍କ୍ୱାର୍ଡ କମାଣ୍ଡର ବମନ ସହ ଜଣେ ମହିଳା ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

ଅଦ୍ୟତନ ହୋଇଛି
Two Maoists killed in Sukma

Two Maoists killed in Sukma

Advertisment

ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ମହିଳା ମାଓବାଦୀଙ୍କ ପରିଚୟ ମିଳି ପାରିନାହିଁ । ଚିହ୍ନଟ କରାଯାଇଥିବା ମାଓବାଦୀ ଜଣକ ହେଲା ବମନା । ସେ ଏଲଓଏସ କମାଣ୍ଡର ଥିଲା । ତା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । 

Advertisment

ଅଧିକ ପଢନ୍ତୁ: ମାଓମୁକ୍ତ ଜିଲ୍ଲାରେ ପୁଣି ମାଓ ଗତିବିଧି ଭୟ; ଡ୍ରୋନ୍ ସହାୟତାରେ ଚାଲିଛି ଘନ ଘନ ଅପରେସନ୍

ସୂଚନା ମୁତାବକ, ସୁକମା ଜଙ୍ଗଲରେ କିଛି ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ କୁକନାର ପୋଲିସ୍ ଓ ସୁକୁମା ଜିଲ୍ଲା ରିଜର୍ଭ ଗାର୍ଡଙ୍କ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ଡିଆରଜି ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ଜଣେ ପେଡାରସର ଲୋକାଲ ଅର୍ଗାନାଇଜେସନ ସ୍କ୍ୱାର୍ଡ କମାଣ୍ଡର ବମନ ବୋଲି ଜଣା ପଡିଥିଲା । ତା’ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ତେବେ ଉଦ୍ଧାର ମହିଳା ମାଓବାଦୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ INSAS ରାଇଫଲ ସହ ଆଉ ଏକ ରାଇଫଲ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । 

Advertisment

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଥିଲେ ଯେ, ଗତ ଦେଢ ବର୍ଷ ମଧ୍ୟରେ ୪୨୫ ମାଓବାଦୀ ନିପାତ ହୋଇଥିବା ବେଳେ ୧୩୮୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ଏବଂ ୧୪୪୩ ଜଣ ଗିରଫ ହୋଇଛନ୍ତି । 

ଅଧିକ ପଢନ୍ତୁ: ସୁରକ୍ଷାବାହିନୀକୁ ବଡ଼ ସଫଳତା; ମୋଷ୍ଟଓ୍ୱାଣ୍ଟେଡ୍ ମାଓନେତା ସିସିଏମ୍‌ ଗୌତମ ନିହତ, ୭ ମୃତଦେହ ଉଦ୍ଧାର...

Advertisment

Maoist Killed Chhattisgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ