Advertisment

ଛତିଶଗଡ଼ରେ IED ବିସ୍ଫୋରଣ, ଜଣେ ଯବାନ ସହିଦ

ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ। CRPF ୯ମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ସହିଦ

author-image
Santosh Kumar Sahoo
IED Blast In Chattisgarh

IED Blast In Chattisgarh

ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯବାନ ବିନୟ କୁମାର ସାହୁଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ମୃତ ଯବାନ ହେଲେ CRPF ନବମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ CRPF ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Advertisment

India News Maoist IED Blast In Chhattisgarh CRPF
Advertisment
Advertisment