/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746246157.jpg)
Goa Temple Stampede
ଗୋଆରେ ବଡ଼ ଅଘଟଣ । ଧାର୍ମିକ ଯାତ୍ରାରେ ଦଳାଚକଟା ହୋଇ ୭ ଜଣ ଶ୍ରଦ୍ଧାଳୁ ମୃତ । ୩୦ରୁ ଅଧିକ ଗୁରୁତର । ଗୋଆ ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ବେଳେ ଏହି ଅଘଟଣ ଘଟିଯାଇଛି । ଗୁରୁତର ୩୦ରୁ ଅଧିକ ଶ୍ରଦ୍ଧାଳୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ଘଟଣା ବାବଦରେ ଅବଗତ ହୋଇଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
Saddened by the loss of lives due to a stampede in Shirgao, Goa. Condolences to those who lost their loved ones. May the injured recover soon. The local administration is assisting those affected: PM @narendramodi
— PMO India (@PMOIndia) May 3, 2025
ଗତକାଲି ଶ୍ରୀଗାଁରେ ଶ୍ରୀଲୈରାଇ ଯାତ୍ରା ଆୟୋଜନ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ପ୍ରବଳ ଭିଡ଼ ଯୋଗୁଁ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଏହି ଦଳଚକଟାରେ ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଥିବାବେଳେ ଅନେକଙ୍କ ଅବସ୍ଥା ଗୁରୁତର ଥିବାର ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଦେବୀ ଶ୍ରୀଲୈରାଇଙ୍କୁ ପାର୍ବତୀଙ୍କ ଏକ ରୂପ ଭାବେ ବିଶ୍ୱାସ କରାଯାଏ । ପ୍ରତିବର୍ଷ ଶ୍ରୀଗାଓଁରେ ସ୍ଥିତ ଶ୍ରୀଲୈରାଇ ଦେବୀ ମନ୍ଦିରରେ ପାରମ୍ପରିକ ଧୋଣ୍ଡାଚି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)