Badrinath Avalanche: ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ, ବରଫ ଅତଡା ତଳେ ୪୦ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ । ପ୍ରବଳ ତୁଷାରପାତ ପରେ ହିମସ୍ଖଳନ ଘଟିଛି । ପ୍ରାୟ ୪୭ରୁ ଅଧିକ ଲୋକ ବରଫ ଅତଡ଼ା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । BRO ଓ ITBP ଟିମ୍ ଦ୍ବାରା ଉଦ୍ଧାର କାମ ଜାରି ।

ବଦ୍ରିନାଥରେ ହିମସ୍ଖଳନ

ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ । ଚମୋଲି ମାଣା ଗାଁରେ ରାସ୍ତା ନିର୍ମାଣ ବେଳେ ଏହି ହିମସ୍ଖଳନ ହୋଇଛି । ୫୭ ଜଣ ଶ୍ରମିକ ବରଫ ଅତଡା ତଳେ ଫସି ଯାଇଥିବାବେଳେ ଏବେ ସୁଦ୍ଧା ୧୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ୪୦ ଶ୍ରମିକ ବରଫ ତଳେ ଫସି ରହିଛନ୍ତି । BRO ଓ ITBP ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ସୂଚନା ଅନୁଯାୟୀ, ବର୍ଡର ରୋଡ୍ ଅର୍ଗାନାଇଜେସନ (BRO) ପକ୍ଷରୁ ମାଣା ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ଜଣେ କଣ୍ଟ୍ରାକରଙ୍କ ଦ୍ବାରା ବହୁସଂଖ୍ୟାରେ ଶ୍ରମିକ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ହଠାତ୍ ଏଠାରେ ବଡ ଧରଣର ହିମସ୍ଖଳନ ହୋଇଥିଲା । ଫଳରେ ନିର୍ମାଣସ୍ଥଳରେ କାମ କରୁଥିବା ଶ୍ରମିକମାନେ ବରଫ ତଳେ ଫସି ଯାଇଥିଲେ । ୧୬ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସେନା କ୍ୟାମ୍ପକୁ ପଠାଯାଇଛି । ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।

ଅଧିକ ପଢ଼ନ୍ତୁ: ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଅଘଟଣରେ ଦୁଃଖ ପ୍ରକାଶ କରିବା ସହ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି । BRO, ITBP ସମେତ ଅନ୍ୟ ରେସ୍କ୍ୟୁ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ITBPର ସାହାଯ୍ୟ ନିଆଯାଉଛି ବୋଲି କହିଛନ୍ତି ଧାମୀ । 

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ