• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦେଶରେ ଅଙ୍ଗ ଦାନକୁ ମିଳିଛି ନୂଆ ଦିଶା । ଲୋକେ ଏବେ ସାମ୍ନାକୁ ଆସୁଛନ୍ତି, ଆବଶ୍ୟକ ଥିବା ଲୋକଙ୍କୁ ଅଙ୍ଗଦାନ କରୁଛନ୍ତି । ଏନେଇ ସଚେତନତା ବି ବଢ଼ିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୯ତମ ମନ କି ବାତ କାର୍ଯ୍ୟକ୍ରମରେ କିଛି ଏଭି ଭାବେ ନିଜ ମନର କଥାକୁ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ଏବେ ନୂଆ ସଙ୍କଳ୍ପ ସହ ଦେଶ ଆଗକୁ ବଢ଼ୁଛି । ଦେଶର ବିକାଶ ଦିଗରେ ନାରୀ ଶକ୍ତି ପ୍ରମୁଖ ମାଧ୍ୟମ ପାଲଟିଛି । ମହିଳା ମାନେ ସର୍ବ ସମ୍ପର୍ଣ୍ଣା ଓ କୁଶଳୀ । ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ପ୍ରଥମ ଭାରତୀୟ ମହିଳା ଭାବେ IUPAC ଅୱାର୍ଡ ପାଇ ସାରା ଦେଶକୁ ଗର୍ବିତ କରିଛନ୍ତି ।

ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଜ୍ୟୋତିର୍ମୟୀ ରସାୟନ ବିଜ୍ଞାନ କ୍ଷେତ୍ରରେ ଜ୍ୟୋତିର୍ମୟୀଙ୍କୁ ମିଳିଥିବା ସମ୍ମାନ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ସେ କହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବିଜେପି ନେତା, କେନ୍ଦ୍ରମନ୍ତ୍ରୀ ଓ ସାଧାରଣଲୋକେ ଶୁଣିଥିଲେ ।