Advertisment

ଅଶାନ୍ତ ମଣିପୁର; ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଉପରେ ଆତଙ୍କୀ ହମ୍‌ଲା, ସୁରକ୍ଷାକର୍ମୀ ଆହତ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାର୍‌କେଡ୍‌ଟି ଇମ୍ଫାଲରୁ ଜିରିବମ୍ ଜିଲ୍ଲା ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ୩୦ରେ ୩୭ନଂ ଜାତୀୟ ରାଜପଥରେ ଅଚାନକ ଗୁଳିମାଡ଼ ହୋଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Manipur CM N Biren Singh's Convoy Attacked, 1 injured

Manipur Chief Minister's convoy attacked

ମଣିପୁରରେ ଥମୁନି ହିଂସା। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାରକେଡ୍‌ ଉପରେ ଆକ୍ରମଣ। ଆଜି ସକାଳ ପ୍ରାୟ ୧୦ଟା ୩୦ରେ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି। କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଆତଙ୍କୀ ଆକ୍ରମଣ କରିଥିଲେ। ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାର୍‌କେଡ୍‌ଟି ଇମ୍ଫାଲରୁ ଜିରିବମ୍ ଜିଲ୍ଲା ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ୩୦ରେ ୩୭ନଂ ଜାତୀୟ ରାଜପଥରେ ଅଚାନକ ଗୁଳିମାଡ଼ ହୋଇଥିଲା। ଏବେବି କୋଟଲେନ୍ ଗ୍ରାମ ନିକଟରେ ଗୁଳି ବିନିମୟ ଜାରି ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏଯାଏ ଦିଲ୍ଲୀରୁ ଇମ୍ଫାଲରେ ପହଞ୍ଚି ନାହାନ୍ତି। ସେ ଜିରିବମ୍ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବାକୁ ଯିବାର ଥିଲା। ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରେ ଆକ୍ରମଣ କରାଯାଇଛି।

ଅଧିକ ପଢ଼ନ୍ତୁ: ତୀର୍ଥଯାତ୍ରୀ ବସ୍‌ ଉପରେ ଅନ୍ଧାଧୂନ ଗୁଳିମାଡ; ୧୦ ମୃତ, ୩୦ରୁ ଅଧିକ ଆହତ

Advertisment

ଗତ ଶୁକ୍ରବାର ସନ୍ଦିଗ୍ଧ ଆତଙ୍କବାଦୀ ବାରକ ନଦୀ କୂଳରେ ଥିବା ଚୋଟୋବେକାରା ଏବଂ ଜିରି ପୋଲିସ ପୋଷ୍ଟରେ ନିଆଁ ଲଗାଇ ଦେଇଥିଲେ। ଜଙ୍ଗଲ ବିଭାଗ ମଣିପୁରର ଜିରିବାମରେ ୭୦ ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ। ସେଠାରେ ପରିସ୍ଥିତି ଜଟିଳ ହେବାପରେ ଗମ୍ଭୀରତାକୁ ଦୃଷ୍ଟିରେ ରଖି ମଣିପୁର ପୋଲିସର ଏକ କମାଣ୍ଡୋ ଗ୍ରୁପ୍‌ ଶନିବାର ସକାଳେ ଇମ୍ଫାଲରୁ ଜିରିବାମକୁ ବିମାନ ଉଡ଼ାଣ ଭରିଥିଲା। ଅନ୍ୟ ଜିଲ୍ଲାମାନଙ୍କରୁ ସୁରକ୍ଷା ବାହିନୀ ପଠାଯାଇଥିଲା।

ସୂଚନାଯୋଗ୍ୟ ଯେ ଅନ୍ୟ ସମ୍ପ୍ରଦାୟର ଉଗ୍ରବାଦୀମାନେ ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ପରେ ଏହି ହିଂସା ବ୍ୟାପିଥିଲା। ଜିରିବମ୍ ପ୍ରଶାସନ ୬ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରିଥିଲା। ମଣିପୁରର ଜିରିବାମରେ ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ହିଂସା ମଧ୍ୟରେ ଶନିବାର ଦିନ ସୁରକ୍ଷା ବଳ ଦ୍ଵାରା ଜିରିବାମ ଜିଲ୍ଲାର ୨୩୯ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ରିଲିଫ କ୍ୟାମ୍ପକୁ ଆସିଥିବା ଅଧିକାଂଶ ଲୋକ ଜିରିବାମ ସହରଠାରୁ ୩୦ କିଲୋମିଟର ଦୂରରେ ଥିବା ଗ୍ରାମାଞ୍ଚଳର ବାସିନ୍ଦା ।

Chief Minister Terrorist Attack
Advertisment
Advertisment