Advertisment

Manipur CM Resigned: ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ଇସ୍ତଫା ଦେଇଛନ୍ତି।

BJP

BJP

Advertisment

ବିଧାନସଭା ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ। ଆଜି ସନ୍ଧ୍ୟା ବେଳେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ମଣିପୁର ରାଜ୍ୟ ରାଜନୀତି ସରଗରମ ହୋଇଛି।

Advertisment

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ରାଜ୍ୟ ବିଜେପି ସଭାପତି ଏନ୍‌. ଶାରଦା, ବିଜେପି ଉତ୍ତର-ପୂର୍ବ ମଣିପୁର ପ୍ରଭାରୀ ସମ୍ୱିତ ପାତ୍ର ଓ ୧୯ ଜଣ ବିଧାୟକ ଯାଇଥିଲେ। ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ବିଧାୟକ ଦଳର ବୈଠକ ବସିବ। ସେଥିରେ ନୂଆ ନେତା ଚୟନ କରାଯିବ।

ଅଧିକ ପଢ଼ନ୍ତୁ: ପୁଣି ମଣିପୁରରେ ହିଂସା, CRPF ଙ୍କ ଗୁଳିରେ ୧୦ ଆତଙ୍କୀ ନିହତ

ସୂଚନାରୁ ପ୍ରକାଶ, ଆସନ୍ତାକାଲି ଅର୍ଥାତ ସୋମବାରଠାରୁ ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିଲା। ଏହି ଅଧିବେଶନରେ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଥିଲେ। ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରାନ୍‌ ସିଂହ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ମଣିପୁର ରାଜ୍ୟ ରାଜନୀତି ସରଗରମ ହୋଇଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ନେଇ କଂଗ୍ରେସ ନେତା ଆଲୋକ ଶର୍ମା କହିଛନ୍ତି, ଦେଶ ତାଙ୍କୁ(ଏନ୍‌. ବୀରେନ୍‌ ସିଂହ) କେବେ କ୍ଷମା ଦେବନାହିଁ। ବିଧାୟକଙ୍କ ଅନ୍ତରାତ୍ମା ଜାଗିଛି। ଯେଉଁଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଜୀବନ ନେଉଛି ମଣିପୁର ହିଂସା, ଶାନ୍ତି ରକ୍ଷା ଲାଗି ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

Advertisment

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ନେଇ ମଣିପୁର ଏନ୍‌ପିଏଏଫ୍‌ ସାଂସଦ କହିଛନ୍ତି, ଏନ୍‌. ବୀରେନ୍ ସିଂହ ନିଜ ଦଳର ବିଧାୟକଙ୍କ ସମର୍ଥନ ହରାଇଛନ୍ତି। ସେଥିପାଇଁ ସେ ବିଳମ୍ୱରରେ ଇସ୍ତଫା ଦେଇଛନ୍ତି। ଯଦି ସେ ଦେଢ଼ ବର୍ଷ ତଳେ ଇସ୍ତଫା ଦେଇଥାଆନ୍ତେ, ତାହାହେଲେ ମଣିପୁରରେ ଘଟିଥିବା ହିଂସାକାଣ୍ଡ ଘଟିନଥାଆନ୍ତା। ଛାତ୍ରଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା। ହିଂସାକାଣ୍ଡରେ ମଣିପୁରରେ ଯାହା କ୍ଷତି ଘଟିଛି, ତାହା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବା ପରେ ଠିକ୍‌ ହେବ ନାହିଁ ବୋଲି ସାଂସଦ କହିଛନ୍ତି।

BJP Manipur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ