• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଖାଦ୍ୟ ଖାଇବା ସମୟରେ ପ୍ରାୟ ଲୋକଙ୍କ ଗଳାରେ ଖାଦ୍ୟ ଲାଗିଥାଏ । ଆଉ ସେଥିପାଇଁ ପାଣିର ସାହାରା ନେଇଥା’ନ୍ତି ଲୋକେ । କୌଣସି ଖାଦ୍ୟ ଗଳାରେ ଲାଗିବା ସମୟରେ ବ୍ୟକ୍ତି ଜଣଙ୍କୁ ଅଣନିଃଶ୍ୱାସୀ ଅନୁଭବ ହୋଇଥାଏ । ଏପରି କି ଅନେକ କଷ୍ଟ ଅନୁଭବ କରିଥା’ନ୍ତି ବ୍ୟକ୍ତି ଜଣକ । ହେଲେ ଆପଣ ଖାଦ୍ୟ କହିଲେ ନିଶ୍ଚୟ ରୁଟି, ଭାତ, ମାଛ ଓ ଅନ୍ୟାନ୍ୟ ଖାଦ୍ୟ ଗଳାରେ ଲାଗିଥିବା ଖବର ଶୁଣିବାକୁ ପାଇଥିବେ । ହେଲେ ଜଣେ ବ୍ୟକ୍ତିଙ୍କ ଗଳାରେ ଅକ୍ଟୋପସ ଲାଗି ଗୁରୁତର ହୋଇଥିବା ଘଟଣା କେବେ ଶୁଣିନଥିବେ । ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ଏପରି ଏକ ଘଟଣା ସିଙ୍ଗାପୁରର ଜଣେ ବ୍ୟକ୍ତିଙ୍କ ଠାରେ ଘଟିଥିବା ଜଣାପଡ଼ିଛି । ଖାଦ୍ୟ ଖାଇବା ସମୟରେ ତାଙ୍କ ଖାଦ୍ୟ ନଳିରେ ଏକ ଆକ୍ଟୋପସ୍‌ ଲାଗିଯାଇଥିଲା । ଏହି ଘଟଣା ୨୦୧୮ରେ ଘଟିଥିଲା । କ୍ଲିନିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି (CGH)ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସେହି ସମୟରେ ବ୍ୟକ୍ତିଙ୍କର ବୟସ ୫୫ ବର୍ଷ ଥିଲା । ସେ ଖାଦ୍ୟ ଖାଇବା ପରେ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଡାକ୍ତରମାନେ ତାଙ୍କର ସିଟି ସ୍କାନ୍ କରିଥିଲେ । ଯେଉଁଥରେ ଅକ୍ଟୋପସ୍‌ ସ୍ପଷ୍ଟ ଦେଖାଯାଇଥିଲା । ପେଟ ଠାରୁ ଏହା ୮ ସେମି ଦୂରରେ ରହିଥିବା ଜଣାପଡ଼ିଥିଲା । ଯାହାର ଫଟୋ ମଧ୍ୟ ପରେ ପରେ ପ୍ରକାଶ କରାଯାଇଥିଲା । ପରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରି ଅକ୍ଟୋପସକୁ ବାହାର କରିଥିଲେ । ଦୁଇଦିନ ପରେ ବ୍ୟକ୍ତି ଜଣକ ସୁସ୍ଥ ହେବାପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

ଚିକିତ୍ସା କରୁଥିବା ଡାକ୍ତରଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଏହା ପ୍ରଥମ ଘଟଣା ନୁହେଁ । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ୨୦୧୬ରେ, କାନସାସର ଜଣେ ଦୁଇ ବର୍ଷର ବାଳକ ସୁଶି ଭୋଜନ ପରେ ତାଙ୍କ ଗଳାରେ ଅକ୍ଟୋପସ୍‌ ଲାଗିରହିଥିଲା । ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଗଳାରୁ ମଧ୍ୟ ତାହା ବାହାର କରାଯାଇଥିବା ଡାକ୍ତର କହିଛନ୍ତି ।