Advertisment

୪ ରାଜ୍ୟରେ ରଖିଛନ୍ତି ୬ ସ୍ତ୍ରୀ: ଧରା ପକାଇ ଦେଲେ ଦ୍ୱିତୀୟ ପତ୍ନୀଙ୍କ ଭାଇ, ଏବେ ଅବସ୍ଥା...

ଧରାପଡ଼ିଲା ସ୍ୱାମୀ ୪୨୦। ୪ ରାଜ୍ୟରେ ୬ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ଅଜାଣତରେ ବ୍ୟକ୍ତି ଜଣକ ସେମାନଙ୍କୁ ଧୋକା ଦେଉଥିଲେ। ହେଲେ କେହିବି ଏସମ୍ପର୍କରେ ଜାଣିପାରି ନ ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bihar Man Has 6 Wifes

Man marries 6 women across 4 states

ଧରାପଡ଼ିଲା ସ୍ୱାମୀ ୪୨୦। ୪ ରାଜ୍ୟରେ ୬ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ଅଜାଣତରେ ବ୍ୟକ୍ତି ଜଣକ ସେମାନଙ୍କୁ ଧୋକା ଦେଉଥିଲେ। ହେଲେ କେହିବି ଏସମ୍ପର୍କରେ ଜାଣିପାରି ନ ଥିଲେ। ଦିନେ ତାଙ୍କର ଏହି ଚାଲାକି ସମସ୍ତଙ୍କ ସାମ୍ନାକୁ ଆସିଥିଲା ଓ ସେ ଧରାପଡ଼ିଥିଲେ। ତାଙ୍କର ଏହି ଚାଲାକି ଧରିଥିଲେ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ଭାଇ। ବିହାରର ଏହି ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। ଜାମୁଇ ରେଲ୍‌ୱେ ଷ୍ଟେସନରେ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କର ଜଣେ ଶାଳକ ଦେଖି ଦେଇଥିଲେ। ଥାନାକୁ ନେବା ପରେ ସେ ତାଙ୍କ ନାଁ ଛୋଟୁ ବୋଲି କହିବା ସହ ୪ ରାଜ୍ୟରେ ତାଙ୍କର ୬ ପତ୍ନୀ ଥିବା କଥା କହିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଆଉ ଜଣେ ଲେଡି ବ୍ଲାକମେଲର ! ମିଛ ପ୍ରେମ ଓ ବିବାହର ନାଟକ କରି ଲୁଟୁଥିଲା କୋଟି କୋଟି ଟଙ୍କା

ସେ କହିଥିଲେ, ପ୍ରଥମ ପତ୍ନୀଙ୍କ ୪ ସନ୍ତାନ ଥିବାବେଳେ ଦେଢ଼ ବର୍ଷ ପରେ ସେ ଅନ୍ୟ ଜଣେ ମହିଳାଙ୍କୁ ଛାଡ଼ି ଦେଇଥିଲେ। ତାଙ୍କର ୨ ସନ୍ତାନ। ବରହାଟ ଥାନା ଅନ୍ତର୍ଗତ ଜାଭାତାରି ଗାଁରେ ଛୋଟୁ କୁମାରର ଘର। କୋଲକାତା ଯିବା ପାଇଁ ସୋମବାର ଦିନ ଛୋଟୁଙ୍କ ଦ୍ୱିତୀୟ ପତ୍ନୀ ମଞ୍ଜୁଙ୍କ ଭାଇ ବିକାଶ ଜାମୁଇ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ସେ ଛୋଟୁଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିବା ପରେ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। 

Advertisment

ଏନେଇ ମଞ୍ଜୁଙ୍କ ମା’(ଛୋଟୁଙ୍କ ଶାଶୁ) କୋବିଆ ଦେବୀ  ପୋଲିସ୍‌କୁ  କହିଛନ୍ତି ଯେ, ୨୦୧୮ରେ ଛୋଟୁଙ୍କ ସହ ତାଙ୍କ ଝିଅର ବିବାହ ହୋଇଥିଲା ଓ ସେମାନଙ୍କର ୨ ସନ୍ତାନ ଅଛି। ହେଲେ ଦେଢ଼ ବର୍ଷ ପରେ ମେଡିସିନ୍‌ ଆଣିବାକୁ କହି ଛୋଟୁ ଘର ଛାଡ଼ି ପଳାଇଥିଲେ। ମଞ୍ଜୁ ସେମିତି ତାଙ୍କ ଫେରିବା ବାଟକୁ ଚାହିଁ ଥିଲେ। ହେଲେ ଛୋଟୁ ଆଉ ଘରକୁ ଫେରି ନଥିଲେ। ସମସ୍ତଙ୍କୁ  ଧୋକା ଦେଇ ସେ ରାଞ୍ଚିର କଳାବତୀ ଦେବୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ସେମାନଙ୍କର ୪ ସନ୍ତାନ ଅଛି ବୋଲି ମଞ୍ଜୁଙ୍କ ମା’ କହିଛନ୍ତି।

ପୋଲିସ୍‌ ସୂଚନା ଅନୁସାରେ, ଛୋଟୁ ଦେଓଘରର ମା’ ଶାରଦା ଅର୍କେଷ୍ଟ୍ରାରେ ଗାୟକ ଭାବେ କାମ କରନ୍ତି। ସେ ଚିନାୱାରିଆ, ସୁନ୍ଦରକନ୍ଦ, ରାଞ୍ଚି, ସଂଗ୍ରାମପୁର, ଦିଲ୍ଲୀ ଓ ଦେଓଘରରେ ୬ ଜଣ ମହିଳାଙ୍କୁ ବିବାହ କରିଛନ୍ତି ଓ ସମସ୍ତଙ୍କର ସନ୍ତାନ ଅଛି। ଦ୍ୱିତୀୟ ପତ୍ନୀଙ୍କ ଭାଇ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ବିକାଶଙ୍କ ଅଭିଯୋଗ ଅନୁଯାୟୀ, ସେ ଯେଉଁ ସ୍ଥାନକୁ ଗୀତ ଗାଇବାକୁ ଯାଉଥିଲେ ସେଠାରେ ଜଣଙ୍କୁ ବିବାହ କରୁଥିଲେ। ଏହାପରେ ପୁଣି ବିବାହ କରିବା ପୂର୍ବରୁ ସମ୍ପୃକ୍ତ ମହିଳାଙ୍କୁ ଛାଡ଼ି ଦେଉଥିଲେ। 

Marriage
Advertisment
Advertisment