• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫେସବୁକ୍-ପ୍ରେମ-ଠକେଇ । ଅର୍ଚ୍ଚନାଙ୍କ ପରି ଆଉ ଜଣେ ମାୟାବିନୀ । ରାଜଧାନୀରୁ ଲେଡି ବ୍ଲାକମେଲରକୁ ଉଠାଇନେଲା ରାଜସ୍ଥାନ କୋଟବାଲି ଥାନା ପୋଲିସ । ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ଲୁଟି ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ରାଜସ୍ଥାନ ପୋଲିସ ଗତ କାଲି ଲେଡି ବ୍ଲାକମେଲରଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସହାୟତରେ ଗିରଫ କରିଛି ।

ଲେଡି ବ୍ଲାକମେଲର ଜଣକ ହେଲେ, ପ୍ରୀତି ଦେଶାଇ । ଘର କର୍ଣ୍ଣାଟକରେ । ଶିକ୍ଷାଗତ ଯୋଗ୍ୟତା ବି-ଟେକ ପାସ । ସେ ନିଜକୁ ସବୁଠି ଆଇଟି ପ୍ରଫେସନାଲ ବୋଲି ପରିଚୟ ଦିଅନ୍ତି । ଆଉ ଫେସବୁକ ଓ ଇନଷ୍ଟାଗ୍ରାମରେ ସେ ଶିକାର ଖୋଜନ୍ତି । ବିଭିନ୍ନ ରାଜ୍ୟର ବଡ଼ ବଡ଼ ହସ୍ତୀ, ଧନୀକ ଶ୍ରେଣୀୟ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରନ୍ତି । ସୋସିଆଲ ମିଡ଼ିଆରେ ବନ୍ଧୁତା କରି ସମ୍ପର୍କକୁ ଘନିଷ୍ଠ କରନ୍ତି । ପରେ ପ୍ରେମ ନିବେଦନ କରି ଜାଲରେ ପକାନ୍ତି । ଏହାପରେ ପ୍ରୀତିଙ୍କ ଅସଲି କାରନାମା ଆରମ୍ଭ ହୁଏ । ଭିଡ଼ିଓ କଲରେ କଥା ହେବା ବେଳେ ଅନ୍ତରଙ୍ଗ ମୁହୁର୍ତ୍ତର ଫୋଟୋ ଉଠାନ୍ତି । କିଛି ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଦାବି କରନ୍ତି । ଟଙ୍କା ନଦେଲେ ବଳାତ୍କାର ମାମଲାରେ ଛନ୍ଦି ଦେବେ ବୋଲି ଧମକ ଦିଅନ୍ତି ।

କର୍ଣ୍ଣାଟକରେ ତାଙ୍କର ଏଭଳି ବ୍ଲାକମେଲିଂରେ ଅତିଷ୍ଠ ହୋଇ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରି ଦେଇଥିଲେ । ସେଠାରେ ଏହି କାଣ୍ଡ କରିବା ପରେ ପ୍ରୀତି ରାଜସ୍ଥାନର ଭରତପୁର ଜିଲ୍ଲାର ଜଣେ କପଡ଼ା ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ । ତାଙ୍କ ଠାରୁ ଟଙ୍କା ଚଳୁ କରି ସେ ଫେରାର ହୋଇଯାଇଥିଲେ। ଆଉ ତାଙ୍କ ଅଭିଯୋଗ ଅନୁସାରେ ସେଠାକାର କୋଟବାଲି ଥାନା ପୋଲିସର ଏକ ଟିମ ତାଙ୍କୁ ଧରିବାକୁ ଭୁବନେଶ୍ୱର ଆସିଥିଲା । ପୋଲିସ ମାମଲା ରୁଜୁ କରି ପ୍ରୀତିଙ୍କୁ ଗିରଫ କରିଛି ।