Advertisment

ବରକୁ ଅଟକ ରଖିଲା ପୋଲିସ୍, କନିଆଁ ମଥାରେ ସିନ୍ଦୂର ଦେଲା ଦିଅର

ଥାନାରେ ଏହି ମାମଲାର ଆପୋଷ ବୁଝାମଣା ହେବା ସହ ପଞ୍ଚାୟତର ନିଷ୍ପତ୍ତି କ୍ରମେ ସୁରେନ୍ଦ୍ର ତାଙ୍କ ପ୍ରେମିକାକୁ ବିବାହ କରିବେ। ଏବଂ ସୁରେନ୍ଦ୍ରଙ୍କ ସାନ ଭାଇ ତାଙ୍କ ପାଇଁ ସ୍ଥିର ହୋଇଥିବା ଯୁବତୀଙ୍କୁ ବିବାହ କରିଥିଲେ ।

author-image
Santosh Kumar Sahoo
Groom held for cheating

Groom held for cheating

ବାଜୁଥିଲା ବାଜା। ଫୁଟୁଥିଲା ବାଣ। ଡିଜେର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ। ସେପଟେ କନ୍ୟାଘରେ ବି ପ୍ରସ୍ତୁତ ଥିଲା ବେଦୀ। ବରଯାତ୍ରୀ ପହଞ୍ଚିବା ପରେ ପଡ଼ିଥାନ୍ତା ହାତଗଣ୍ଠି। କିନ୍ତୁ କ୍ଷଣିକରେ ବଦଳିଗଲା ସବୁ କିଛି। ଖୁସିରେ ସବୁ ମସଗୁଲ୍‌ ଥିବାବେଳେ ବରକୁ ଉଠାଇ ନେଲା ପୋଲିସ୍। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ହମିରପୁର ଜିଲ୍ଲାରେ।

Advertisment

ମିଳିଥିବା ସୂଚନା ଅନୁସାରେ କାହ୍ନା ଖେଡା ଗାଁର ସୁରେନ୍ଦ୍ର ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କ ବିବାହ ନେୱଡା ଗ୍ରାମର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ବାହାଘର ପାଇଁ ଉଭୟ ବର ଓ କନ୍ୟା ପକ୍ଷରୁ ସରିଥିଲା ପ୍ରସ୍ତୁତି। ବାଜା ବାଣ ଫୁଟେଇ କନିଆଁ ଘରକୁ ବରଯାତ୍ରୀ ଆସୁଥିଲେ। କିନ୍ତୁ ଠିକ୍‌ ଏତିକି ବେଳେ ବରକୁ ଉଠାଇ ନେଇଥିଲା ପୋଲିସ। କାରଣ ବାହା ହେବାକୁ ଯାଉଥିବା ସୁରେନ୍ଦ୍ରଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପ୍ରେମିକା। ତାଙ୍କ ଅଭିଯୋଗ ଥିଲା କି ସୁରେନ୍ଦ୍ର ତାଙ୍କୁ ଠକି ଅନ୍ୟତ୍ର ବିବାହ କରୁଥିଲେ। ତେବେ ଏହି ଅଭିଯୋଗ ଆଧାରରେ ସୁରେନ୍ଦ୍ରଙ୍କୁ ଉଠାଇ ଆଣିଥିଲା ପୋଲିସ।

ନେୱଡା ପୋଲିସ ଉଭୟ ସୁରେନ୍ଦ୍ର, ତାଙ୍କ ପ୍ରେମିକା ଓ କନ୍ୟା ଘର ଲୋକଙ୍କୁ ଥାନାକୁ ଡାକିଥିଲେ। ଏହି ଘଟଣା ପରେ ଏହି ମାମଲାର ଆପୋଷ ବୁଝାମଣା କରିବା ପାଇଁ ପଞ୍ଚାୟତର କିଛି ବରିଷ୍ଠ ନାଗରିକ ଥାନାରେ ପହଞ୍ଚିଥିଲେ। ତେବେ ଥାନାରେ ଏହି ମାମଲାର ଆପୋଷ ବୁଝାମଣା ହେବା ସହ ପଞ୍ଚାୟତର ନିଷ୍ପତ୍ତି କ୍ରମେ ସୁରେନ୍ଦ୍ର ତାଙ୍କ ପ୍ରେମିକାକୁ ବିବାହ କରିବେ। ଏବଂ ସୁରେନ୍ଦ୍ରଙ୍କ ସାନ ଭାଇ ତାଙ୍କ ପାଇଁ ସ୍ଥିର ହୋଇଥିବା ଯୁବତୀଙ୍କୁ ବିବାହ କରିଥିଲେ ।

Advertisment
India Marriage
Advertisment
Advertisment