Advertisment

Unique Love Story: ଏମିତି ବି ହୁଏ ପ୍ରେମ, ୭୦ ବର୍ଷର ଲିଭ୍ ଇନ୍ ପରେ ବିବାହ

୯୫ ବର୍ଷୀୟ ରାମା ଭାଇ ଅଙ୍ଗାରୀ ୭୦ ବର୍ଷ ଧରି ଲିଭ ଇନରେ ରହିବା ପରେ ୯୦ ବର୍ଷୀୟା ଜୀଭାଲି ଦେବୀଙ୍କ ସହ ୭ ଜନ୍ମର ସାଥୀ ହେବା ପାଇଁ ବଚନ ଦେଇଛନ୍ତି। ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ଗଲନ୍ଦର ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
marriage

marriage

Advertisment

କୁହାଯାଏ ପ୍ରେମର କୌଣସି ବୟସ ନ ଥାଏ। ଦୀର୍ଘ ୭୦ ବର୍ଷ ଧରି ଲିଭ ଇନ ରହିବା ପରେ ଶେଷରେ ବିବାହ କରିଛନ୍ତି ୯୫ ବର୍ଷୀୟ ବୃଦ୍ଧ। ରାଜସ୍ଥାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ୯୫ ବର୍ଷୀୟ ରାମା ଭାଇ ଅଙ୍ଗାରୀ ୭୦ ବର୍ଷ ଧରି ଲିଭ ଇନରେ ରହିବା ପରେ ୯୦ ବର୍ଷୀୟା ଜୀଭାଲି ଦେବୀଙ୍କ ସହ ୭ ଜନ୍ମର ସାଥୀ ହେବା ପାଇଁ ବଚନ ଦେଇଛନ୍ତି। ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ଗଲନ୍ଦର ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଥିଲା।

Advertisment

ଅଧିକ ପଢନ୍ତୁ :ପିନାକୀ ମିଶ୍ର ଓ ମହୁଆ ମୋଇତ୍ରାଙ୍କ ବିବାହ, ୱେଡିଂ ଡେଷ୍ଟିନେସନ ଜର୍ମାନୀ

ଏହି ଦମ୍ପତ୍ତି କେବେ ହେଲେ ବିବାହ କରି ନ ଥିଲେ। ତେବେ ଉଭୟଙ୍କର ୮ ସନ୍ତାନ ରହିଛନ୍ତି। ୮ ପୁଅ ଝିଅଙ୍କ ସହିତ ଏକାଧିକ ନାତି ନାତୁଣୀଙ୍କୁ ମଧ୍ୟ ବଡ କରିଛନ୍ତି ଏହି ଦମ୍ପତ୍ତି। ସନ୍ତାନଙ୍କ ମଧ୍ୟରୁ ୪ ଜଣ ସରକାରୀ ଚାକିରି ମଧ୍ୟ କରିଥାନ୍ତି। ଉଭୟଙ୍କ ବଡ ପୁଅ ବାକୁ ଅଙ୍ଗାରୀ(୬୦) ଜଣେ ଚାଷୀ। ଦ୍ବିତୀୟ ସନ୍ତାନ ଶିବରାମ(୫୫) ଓ କାନ୍ତିଲାଲ(୫୨) ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଅନ୍ୟତମ ପୁଅ ଲକ୍ଷ୍ମଣ(୫୨) ମଧ୍ୟ ଜଣେ ଚାଷୀ ଭାବେ କାର୍ଯ୍ୟ କରନ୍ତି। ଦୁଇ ଝିଅ ସୁନୀତା ଓ ଅନୀତା ଯଥାକ୍ରମେ ଶିକ୍ଷକ ଓ ନର୍ସ ଭାବେ କାମ କରନ୍ତି।

Advertisment

ମାତା ପିତା ବିବାହ କରି ନ ଥିବା ବେଳେ ପୁଅ ଝିଅ ମାନେ ମିଳିତ ଭାବେ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ସାଧାରଣ ବିବାହରେ ହେଉଥିବା ହଳଦୀ, ମେହେନ୍ଦୀ ପରି ସେରିମନୀର ଆୟୋଜନ ମଧ୍ୟ ହୋଇଥିଲା। ଏକ ବିରାଟ ସମାରୋହରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ସମ୍ପୂର୍ଣ୍ଣ ଗ୍ରାମବାସୀ ଯୋଗ ଦେଇଥିଲେ। ପରିବାର ଓ ପ୍ରିୟଜନ ମାନେ ଏହି ବିବାହରେ ଯୋଗ ଦେଇଥିଲେ। ଅନ୍ୟ ପକ୍ଷରେ ବିବାହ ପରେ ଏକ ବିଶାଳ ଶୋଭାଯାତ୍ରାରେ ଉଭୟଙ୍କୁ ନିଆଯାଇଥିଲା। ପ୍ରେମ ଓ ବିବାହର କୌଣସି ସମୟ ନ ଥାଏ, ଏହା ତାର ଏକ ପ୍ରମୁଖ ଉଦାହରଣ।

ଅଧିକ ପଢନ୍ତୁ :ପିନାକୀ-ମହୁଆଙ୍କ ରୋମାଣ୍ଟିକ ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ

Marriage Old Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ