Advertisment

ମାଲଡିଭ୍‌ସ ରାଜନୀତିରେ ଝଡ଼ ! ରାଷ୍ଟ୍ରପତିଙ୍କୁ ହଟାଇବାକୁ ଆସିପାରେ ଅନାସ୍ଥା...

ଭାରତ ଆମର ନିକଟତମ ପଡ଼ୋଶୀ ଓ ସହଯୋଗୀ କହିଲା ସଂଘ । 'ସଙ୍କଟ ସମୟରେ ଭାରତ ହିଁ ପ୍ରଥମେ ଆମ କଥା ଶୁଣିଥାଏ'

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Narendra Modi

Narendra Modi

ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ବିରୋଧରେ ମାଲଡିଭସ୍ ମନ୍ତ୍ରୀ ମାନଙ୍କ ଅପମାନ ସୂଚକ ମନ୍ତବ୍ୟ ପରେ ମାଲଡିଭସ୍ ରାଜନୀତିରେ ଝଡ଼ । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ହଟାଇବାକୁ ଅନାସ୍ଥା ପ୍ରସ୍ତାବ ଆଣିବ ମୁଖ୍ୟ ବିରୋଧୀ ଦଳ। ମାଲଡିଭସର ମନ୍ତ୍ରୀ ଅଲି ଅଜିମ କହିଛନ୍ତି,ଘଟଣାରେ କେବଳ ୩ ମନ୍ତ୍ରୀଙ୍କୁ ନିଲମ୍ବନ ନୁହେଁ ବରଂ ରାଷ୍ଟ୍ରପତି ପଦ ଛାଡିବା ଦରକାର । ଏଣୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛି ମୁଖ୍ୟ ବିରୋଧୀ ଦଳ ଏମଡିପି ।

Advertisment

ବିବାଦ ସୃଷ୍ଟି ହେବା ପରେ ମାଲଡିଭ୍‌ସ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନିଜଣ ମନ୍ତ୍ରୀ ଶିଉନା, ମାଲଶା ଶରିଫ ଓ ଅମଦୁଲ୍ଲା ମହଜୁମ ମାଜିଦଙ୍କୁ ନିଲମ୍ବିତ କରିଥିଲେ ।

ସେପଟେ ମୋଦି ବିରୋଧୀ ମନ୍ତବ୍ୟକୁ ମାଲଡିଭ୍‌ସ ପର୍ଯ୍ୟଟନ ଶିଳ୍ପ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ସଂଘ କହିଛି ଭାରତ ଆମର ନିକଟତମ ପଡ଼ୋଶୀ ଓ ସହଯୋଗୀ ଦେଶ । ସଙ୍କଟ ସମୟରେ ଭାରତ ହିଁ ପ୍ରଥମେ ଆମ କଥା ଶୁଣିଥାଏ । ଏଭଳି ମନ୍ତବ୍ୟ ସଂପର୍କରେ ନକାରାତ୍ମକ ପ୍ରଭାବ ପକାଇବନି ବୋଲି ଆଶା ପ୍ରକଟ କରିଛି ସଂଘ ।

Advertisment

ଅନ୍ୟପଟେ ଲାକ୍ଷାଦ୍ୱୀପରେ ପର୍ଯ୍ୟଟନର ବିକାଶ କରିବାକୁ ଭାରତ ସରକାରଙ୍କ ବଡ଼ ଯୋଜନା । ଲାକ୍ଷାଦ୍ୱୀପର ମିନିକଏ ଆଇଲାଣ୍ଡରେ ଏୟାର ଷ୍ଟ୍ରିପ୍ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର। ଉଭୟ ସେନା ଓ ବେସାମରିକ ବିମାନ ଚଳାଚଳ ପାଇଁ ଏହା ବ୍ୟବହାର ହୋଇପାରିବ । ଯଦ୍ୱାରା ଆରବ ସାଗର ଉପରେ ତୀକ୍ଷ୍ମ ନଜର ରଖିବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।

ଏନେଇ ପ୍ରାଥମିକ ଭାବେ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ପୂର୍ବରୁ ଅଗାଟିରେ ଏକମାତ୍ର ଏୟାରପୋର୍ଟ ଥିବା ବେଳେ ମିନିକଏରେ ଏୟାରଷ୍ଟ୍ରିପ ହେଲେ ଗମନାଗମନ ସୁବିଧା ଆହୁରି ବିସ୍ତାରିତ ହୋଇପାରିବ ।

Narendra Modi Maldives
Advertisment
Advertisment