Advertisment

ମହିଷାମର୍ଦ୍ଦିନୀ ରୂପରେ ମା’ ଦୁର୍ଗା, ହେଲେ ମହିଷାସୁର ସ୍ଥାନରେ ଏ କିଏ...

ସାରା ଦେଶରେ ପବିତ୍ର ନବରାତ୍ର ପୂଜା ଚାଲିଛି। ମା’ଙ୍କ ମହିଷାମର୍ଦ୍ଦିନୀର ରୂପ ଦେଖିବାକୁ ପୂଜାମଣ୍ଡପରେ ଭିଡ । ହେଲେ କଲିକତାର ଏକ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଠି ମା’ଙ୍କୁ ତ ମହିଷାମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳିଛି । କିନ୍ତୁ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।

author-image
Minati Mishra
ଅଦ୍ୟତନ ହୋଇଛି
Mahatma Gandhi as Mahishasura

gandhi look alike asura at kolkata puja pandal

ସାରା ଦେଶରେ ପବିତ୍ର ନବରାତ୍ର ପୂଜା ଚାଲିଛି। ମା’ଙ୍କ ମହିଷାମର୍ଦ୍ଦିନୀ ରୂପ ଦେଖିବାକୁ ପୂଜାମଣ୍ଡପରେ ଭିଡ । ହେଲେ କଲିକତାର ଏକ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଠି ମା’ଙ୍କୁ ତ ମହିଷାମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳିଛି । ହେଲେ ମହିଷାସୁର ସ୍ଥାନରେ ଦେଖିବାକୁ ମିଳିଥିଲା ମହାତ୍ମାଗାନ୍ଧୀଙ୍କୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏ ନେଇ ସଂଗଠନ ପକ୍ଷରୁ ପୋଲିସରେ ଅଭିଯୋଗ କରିବା ପରେ ଗୃହ ମନ୍ତ୍ରାଳୟ ଚାପରେ ପୂଜା କମିଟି କର୍ମକର୍ତ୍ତା ଗାନ୍ଧିଙ୍କ ମୂର୍ତ୍ତିକୁ ହଟାଇ ଦେଇଥିବା ଜଣାପଡ଼ିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଇଛି ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ପଶ୍ଚିମବଙ୍ଗ ୟୁନିଟ ସଭାପତି ଚନ୍ଦ୍ରଚୂର ଗୋସ୍ୱାମୀଙ୍କ ବକ୍ତବ୍ୟ। ସେ କହିଛନ୍ତି, ‘ଆମେ ଗାନ୍ଧୀଙ୍କୁ ପ୍ରକୃତ ଅସୁର ଭାବେ ଦେଖୁ। ସେ ପ୍ରକୃତରେ ଅସୁର। ତେଣୁ ଆମେ ଏହି ମୂର୍ତ୍ତି ତାଙ୍କ ପରି କରିଛୁ।’

Advertisment

ଗୋସ୍ୱାମୀ ଆହୁରି କହିଛନ୍ତି, କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀଙ୍କୁ ପ୍ରାଧାନ୍ୟ ଦେଉଛନ୍ତି। ଆମକୁ ଏହି ମୂର୍ତ୍ତି ହଟାଇବା ପାଇଁ ଚାପ ପଡ଼ିଥିଲା। ତେଣୁ ଆମେ ଏହାକୁ ହଟାଇ ଦେଇଛୁ। ଆମେ ଗାନ୍ଧୀଙ୍କ ଫଟୋ ସବୁଠାରୁ ହଟାଇଦେବାକୁ ଚାହୁଁ ଏବଂ ତାଙ୍କ ସ୍ଥାନରେ ନେତାଜୀ ତଥା ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାମ୍ନାକୁ ଆଣିବାକୁ ଚାହୁଁଛୁ।

ଏପରି ଘଟଣାକୁ ତୃଣମୂଳ କଂଗ୍ରେସ, ସିପିଆଇ-ଏମ ଏବଂ ବିଜେପି କଡ଼ା ନିନ୍ଦା କରିଛନ୍ତି। ତୃଣମୂଳ କଂଗ୍ରେସ ସ୍ପିକର କୁନାଲ ଘୋଷ କହିଛନ୍ତି ପ୍ରକୃତରେ ଯଦି ଏମିତି କରାଯାଇଥାଏ ତେବେ ତାହାଠାରୁ ନିନ୍ଦନୀୟ କଥା ଆଉ କିଛି ନାହିଁ। ଏହା ଜାତିର ପିତାଙ୍କୁ ଏକ ଅପମାନ। ଦେଶର ପ୍ରତ୍ୟେକ ନାଗରିଙ୍କୁ ଏହା ଅପମାନ। ଅନ୍ୟପକ୍ଷେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ଯଦି ଏମିତି ହୋଇଥାଏ ଏହା ଦୁର୍ଭାଗ୍ୟ ଜନକ। ଆମେ ଏହାକୁ ବିରୋଧ କରୁଛୁ। ’ ସେହିପରି ପଶ୍ଚିମବଙ୍ଗ ହିନ୍ଦୁ ମହାସଭା ମୁଖ୍ୟ ମଧ୍ୟ ଘଟଣାକୁ ନିନ୍ଦା କରି ଏହା ଏକ ଦୁଃଖ ଦାୟକ ଘଟଣା ବୋଲି କହିଛନ୍ତି।

Advertisment

ଏଠି କହିରଖିବୁ, ପ୍ରତିବର୍ଷ ପୂଜା ସଂଗଠନ ପକ୍ଷରୁ ଏକ ଥିମ ରଖାଯାଇଥାଏ। ବିଶେଷ କରି ବିଭିନ୍ନ ସମସ୍ୟାକୁ ନେଇ ଆୟୋଜକ କମିଟି ତାଙ୍କର ପେଣ୍ଡାଲ, ମୂର୍ତ୍ତି ଏବଂ ଲାଇଟ ସାଜସଜ୍ଜା କରିଥାନ୍ତି । ଅନେକ ସମୟରେ ମହିଷାସୁର ଜାଗାରେ ବିଭିନ୍ନ ପ୍ରତୀକାତ୍ମକ ମୂର୍ତ୍ତି ରଖାଯାଇଥାଏ। ହେଲେ ମହିଷାସୁର ଜାଗାରେ ମହାତ୍ମାଗାନ୍ଧୀଙ୍କୁ ରଖିବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Mahatma Gandhi Durga Puja Puja Pendals Durga Puja 2022
Advertisment
Advertisment