• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଇଡି ସ୍କାନରେ ପଡ଼ିଥିବା ମହାଦେବ ବେଟିଂ ଆପ୍ ସାଙ୍ଗେ ଅଛି ବଲିଉଡ଼ର ଜବରଦସ୍ତ ଲିଙ୍କ୍ । ରଣବୀର ସିଂ, କପିଲ ଶର୍ମା, ହିମା କ୍ୟୁରେସିଙ୍କ ଭଳି ଷ୍ଟାରଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ବି ହୋଇଛି ସମନ । ତେବେ କେତେ କୋଟିର ସମ୍ରାଜ୍ୟର ମାଲିକ ମହାଦେବ ବେଟିଂ ଆପ୍ ମାଲିକ ଓ କେମିତି ଇଡି ପାଇଲା କ୍ଲୁ, ପୁରା ପ୍ରକ୍ରିୟା ବି ବଡ଼ ରୋଚକ ।

ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ସେଲିବ୍ରିଟି । ଇଡି ସ୍କାନରରେ ଜଣକ ପରେ ଜଣେ ବଲିଉଡ୍ ଷ୍ଟାର । ରଣବୀର ସିଂ, କପିଲ ଶର୍ମା ଓ ହୁମା କ୍ୟୁରେସିଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ସମନ। ଯେ କୌଣସି ମୁହୂର୍ତ୍ତରେ କାହାରିକୁ ବି ଆସିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ଡକରା । ରଣବୀରଙ୍କୁ ଆଜି ଇଡିର ରାୟପୁର ଅଫିସର ହାଜର ପାଇଁ ନିର୍ଦ୍ଦେଶ ଥିବା ବେଳେ ସେ ଏଥିପାଇଁ ମାଗିଛନ୍ତି ଦୁଇ ସପ୍ତାହ ସମୟ । କୁହାଯାଉଛି, ୟୁଏଇରୁ ପରିଚାଳିତ ବେଆଇନ୍ ଅନଲାଇନ୍ ଜୁଆ ଆଡ୍ଡା ମହାଦେବ ବେଟିଂ ଆପର କୋ ଫାଉଣ୍ଡର ସୌରଭ ଚନ୍ଦ୍ରକାରର ବିବାହ ଉତ୍ସବରୁ ହିଁ ମିଳିଛି ଏତେବଡ଼ ଲିଙ୍କ୍ । ମୁମ୍ବାଇରୁ ୧୪ ଜଣ ପ୍ରତିଷ୍ଠିତ ସେଲିବ୍ରିଟି ଓ ଅନ୍ୟ ଶହେ ଜଣ ପ୍ରଭାବଶାଳୀ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ଗତ ଫେବ୍ରୁଆରୀରେ ହୋଇଥିବା ଏ ରାଜକୀୟ ବିବାହ ଉତ୍ସବରେ ଖର୍ଚ୍ଚ ହୋଇଥିଲା ୨ ଶହ କୋଟି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ

କମ୍ପାନୀ ବିବାହ ଉତ୍ସବର ଆୟୋଜନ ପାଇଁ ନେଇଥିଲା ୧୧୨ କୋଟି ଟଙ୍କା । ବଡ଼ କଥା ହେଲା ପୁରା ଖର୍ଚ୍ଚ ହୋଇଛି ନଗଦରେ । ଯାହା ପଛରେ ହାୱଲା କାରବାର ସନ୍ଦେହ କରି ଇଡି ଆଖି ପକାଇଥିଲା । ଇଡି ଜାଲରେ ପଡିଥିବା ମହାଦେବ ବେଟିଂ ଆପ୍ ଫାଉଣ୍ଡରଙ୍କ ଜୀବନ କାହାଣୀ ବି ଚକିତ କଲା ଭଳି । ଛତିଶଗଡ଼ ଭିଲାଇରେ ଜୁସ୍ ଓ ଟାୟାର ଦୋକାନ କରିଥିବା ଦୁଇ ଯୁବକ ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲ କୋଟିପତି ହେବା ନିଶାରେ ୨୦୧୮ରେ ୟୁଇଏ ପଳାଇଥିଲେ । ସେଠି ଆରମ୍ଭ କରିଥିଲେ ଅନଲାଇନ୍ ଜୁଆଖେଳ ପାଇଁ ମହାଦେବ ବେଟିଂ ଆପ୍ । ଯେଉଁ ଆପ୍ ଜରିଆରେ ଭାରତରୁ ଦିନକୁ ୨ ଶହ ଲୋକଙ୍କୁ ଫସାଉଥିଲେ । ମାତ୍ର ୪ ବର୍ଷରେ ଏମାନଙ୍କ ସମ୍ପତ୍ତି ୫ ହଜାର କୋଟି ଛୁଇଁ ଯାଇଥିଲା ।

ତେବେ ଫେବ୍ରୁଆରୀରେ ମହାଦେବ ବେଟିଂ ଆପର କୋ ଫାଉଣ୍ଡର ସୌରଭ ଚନ୍ଦ୍ରକର ରାଜକୀୟ ବିବାହ ଉତ୍ସବରେ ଖର୍ଚ୍ଚରୁ ହିଁ ପର ଟଙ୍କାରେ ସେମାନଙ୍କ ଅୟସର ସୁରାକ୍ ପାଇଥିଲା ଇଡି । ଗତ ମାସରେ ଏ ମାମଲାରେ ଖୋଳତାଡ଼ କରି ମୁମ୍ବାଇ, କୋଲକାତା, ଭୋପାଳ ଭଳି ଦେଶର ୩୯ଟି ସ୍ଥାନରେ ଚଢ଼ାଉ କରି ୪୧୭ କୋଟି ଟଙ୍କାର ସଂପତ୍ତି ଜବତ କରିଥିଲା । ଆଉ ୟୁଏଇରେ ଇଭେଣ୍ଟ ମ୍ୟାନେଜ୍ କରିଥିବା କମ୍ପାନୀରେ ରେଡ୍ ବେଳେ ହାୱଲା କାରବାର ଏବଂ କିଛି ଅଜଣା ସୂତ୍ରରୁ ଟଙ୍କା ଆସିଥିବା ଜାଣିବାକୁ ପାଇଥିଲା ଇଡି । ଯେଉଁଥିରେ ୪ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି । ମହାଦେବ ବେଟିଂ ଆପରୁ ବିପୁଳ ରୋଜଗାର, ୫ଟି ଅନଲାଇନ୍ ଗେମିଂ ଆପର ମାଲିକାନା ବି ହାତେଇଛନ୍ତି ସୌରଭ ଓ ରବି । ହେଲେ ଏମାନଙ୍କ ପୁରା ଆୟ କେତେ, ତାର ଚେର ଖୋଜୁଛି ଇଡି ।

  • Reported by:
  • GAUTAM PANDA , BIBARTAN PANDA