Advertisment

Maha Kumbh 2025: ମହାକୁମ୍ଭ ପାଇଁ ଆସିବେ ୪୦ କୋଟି ଶ୍ରଦ୍ଧାଳୁ, ଭବ୍ୟ-ଦିବ୍ୟ ଓ ଡିଜିଟାଲ୍ କରିବାକୁ ଲାଗିଛି ସରକାରଙ୍କ ଜୀ-ଜାନ୍

ପୁଣ୍ୟୋତୟା ଗଂଗା, ପାପନାଶିନୀ ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀଙ୍କ ମିଳନସ୍ଥଳୀରେ ଲାଗିବ ବିଶ୍ବର ସବୁଠୁ ମହାମେଳା କୁମ୍ଭମେଳା । ସାଧୁସନ୍ଥଙ୍କ ରାଜକୀୟ ସ୍ନାନ ପାଇଁ ସଜେଇ ହେଲାଣି ସଙ୍ଗମ ସ୍ଥଳ ତ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ପାପ ଧୌତ ଅପେକ୍ଷାରେ ତୀର୍ଥରାଜ ପ୍ରୟାଗ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ମହାକୁମ୍ଭ ପାଇଁ ମହା ଆୟୋଜନ

ଉତ୍ତର ପ୍ରଦେଶ ପ୍ରୟାଗ କ୍ଷେତ୍ରରେ ୨୦୨୫ ମହାକୁମ୍ଭ ପାଇଁ ଚାଲିଛି ମହା ଆୟୋଜନ। ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବାକୁ ଥିବା ବିଶ୍ବର ସର୍ବବୃହତ ଆଧାତ୍ମିକ ମେଳାକୁ ଆସିବେ ୪୦ କୋଟିରୁ ଅଧିକ ଲୋକ। ଏଥର ମେଳାକୁ ଭବ୍ୟ-ଦିବ୍ୟ ଓ ଡିଜିଟାଲ୍ କରିବାକୁ ଉଭୟ କେନ୍ଦ୍ର ଓ ୟୁପି ସରକାର ଜୀ-ଜାନ୍ ଲଗାଇଛନ୍ତି। ତେବେ ଏ ମହାକୁମ୍ଭ ମେଳା ପାଇଁ କେମିତି ଚାଲିଛି ପ୍ରସ୍ତୁତି- ସଂଗମ ତଟରେ ସ୍ଥିତି ପରଖିଛି ଓଟିଭି ଟିମ୍ ।

Advertisment

ପୁଣ୍ୟୋତୟା ଗଂଗା, ପାପନାଶିନୀ ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀଙ୍କ ମିଳନସ୍ଥଳୀରେ ଲାଗିବ ବିଶ୍ବର ସବୁଠୁ ମହାମେଳା କୁମ୍ଭମେଳା । ସାଧୁସନ୍ଥଙ୍କ ରାଜକୀୟ ସ୍ନାନ ପାଇଁ ସଜେଇ ହେଲାଣି ସଙ୍ଗମ ସ୍ଥଳ ତ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ପାପ ଧୌତ ଅପେକ୍ଷାରେ ତୀର୍ଥରାଜ ପ୍ରୟାଗ । ଜାନୁଆରୀ ୧୩ ପୌଷ ପୂର୍ଣ୍ଣମୀରେ ପ୍ରଥମ ସ୍ନାନ ଯୋଗ ପାଖେଇ ଆସୁ ଥିବାରୁ ସ୍ବଳ୍ପ ସମୟ ଭିତରେ ବିରାଟ ଆୟୋଜନ ସାରିବାକୁ ଜୋରସରରେ ଚାଲିଛି ପ୍ରସ୍ତୁତି ।

ଅଧିକ ପଢ଼ନ୍ତୁ: କଂଗ୍ରେସକୁ ଟାର୍ଗେଟ୍ କଲେ ନରେନ୍ଦ୍ର ମୋଦୀ; କହିଲେ ପାପ ଧୋଇବାରେ ସକ୍ଷମ ହୋଇପାରିବନି କଂଗ୍ରେସ

Advertisment

ଏଥରର ଆହ୍ଲାବାଦ କୁମ୍ଭ ମେଳାକୁ ଭବ୍ୟ-ଦିବ୍ୟ ଓ ସୁରକ୍ଷିତ ସହ ଡିଜିଟାଲ୍ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର । ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ପାଇଁ ସଂଗମ ତଟରେ ପ୍ରାୟ ୨୫ କିଲୋମିଟର ବ୍ୟାପି ଅଞ୍ଚଳରେ ହୋଇଛି ବ୍ୟବସ୍ଥା । ଆବଣ୍ଟନ ଚାଲିଛି ଟେଣ୍ଟ ସ୍ଥଳ। ୨୦୧୯ କୁମ୍ଭମେଳା ସମୟର ୩୫ଟି ସହ ଆଉ ୯ ନୂଆ ଘାଟକୁ ମିଶାଇ ଏଥର ହୋଇଛି ୪୪ଟି ସ୍ନାନ ଘାଟ । ଧିରେ ଧିରେ ସାଧୁ ସନ୍ଥଙ୍କର ସମାଗମ ମଧ୍ୟ ହେଲାଣି ସଂଗମ ସ୍ଥଳକୁ ତ ଗଙ୍ଗା ଆରତି ଓ ମନ୍ତ୍ରଧ୍ବନୀରେ ଗୁଜଂରିତ ହେଲାଣି ତ୍ରିବେଣୀ ଘାଟ ଅଞ୍ଚଳ ।

ପ୍ରୟାଗ ତୀର୍ଥରେ ଏଥର ହେବାକୁ ଥିବା ମହାକୁମ୍ଭ ମେଳା ଅବସରରରେ ରହିଛି ୬ଟି ସ୍ନାନ ଯୋଗ । ସେଗୁଡ଼ିକ ହେଲା ଜାନୁଆରୀ ୧୩ ପୌଷ ପୂର୍ଣ୍ଣମୀ, ଜାନୁଆରୀ ୧୪ ମକର ସଂକ୍ରାନ୍ତି ଜାନୁଆରୀ ୨୯ ମୌନି ଅମାବାସ୍ୟା, ଫେବ୍ରୁଆରୀ ୩ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ ମାଘ ପୂର୍ଣ୍ଣମୀ ଓ ଫେବ୍ରୁଆରୀ ୨୬ ମହା ଶିବରାତ୍ରୀ । ସେଥିମଧ୍ୟରୁ ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀରେ ରହିଛି ସାହି ସ୍ନାନ ଯୋଗ । ବିଶ୍ବର ଏହି ବିଶାଳ ଧାର୍ମିକ ମେଳାରେ ୪୦ କୋଟି ଲୋକଙ୍କ ଆଗମନକୁ ଦେଖି ସ୍ବଚ୍ଛତା ପାଇଁ ଦେଢ଼ ଲକ୍ଷ ଟୟଲେଟ୍ ଓ ୨୫ ହଜାର ଡଷ୍ଟବିନ୍ ବସିବ । ଅନଲାଇନରେ ପଞ୍ଜିକରଣ କରି ଶ୍ରଦ୍ଧାଳୁ ରହଣୀ ସୁବିଧା ପାଇ ପାରିବେ ଓ ପ୍ରୟାଗରାଜ ଜଙ୍କସନ୍ ସହ ୧୦ଟି ଆଖାପାଖ ଷ୍ଟେସନକୁ ସମ୍ପୂର୍ଣ୍ଣ ଉନ୍ନତିକରଣ ହୋଇଛି । ମେଳାକୁ ଆସୁଥିବାର ଶ୍ରଦ୍ଧାଳୁଙ୍କୁ ଯେପରି ଟିକେ ବି ଅସୁବିଧା ନହୁଏ ସେଦିଗରେ ଉତ୍ତର ପ୍ରଦେଶ ସରକାର ଜୀ ଜାନ୍ ଲଗାଇଛନ୍ତି । ଗତକାଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜ ଗସ୍ତ କରି କୁମ୍ଭମେଳା ପାଇଁ ସାଢ଼େ ୫ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଲୋକର୍ପଣ କରିଛନ୍ତି ।

ଅଧିକ ପଢ଼ନ୍ତୁ: ୪୬ ବର୍ଷ ପରେ ଖୋଲିଲା ଶିବ ମନ୍ଦିର, ଜବରଦଖଲରେ ଥିଲା

Kumbh Mela Prayagraj
Advertisment
Advertisment