/odishatv-khabar/media/post_attachments/uploadimage/library/16_9/16_9_0/Magic_rice_1689085640.jpg)
Magic rice
ବର୍ତ୍ତମାନ ସମୟରେ ବଜାରରେ ଅନେକ ପ୍ରକାରର ଚାଉଳ ଉପଲବ୍ଧ ହେଲାଣି । ନିଜର ରୁଚିକୁ ଦୃଷ୍ଟିରେ ରଖି ଲୋକମାନେ ଚାଉଳ କିଣିଥା’ନ୍ତି । ସାଧାରଣତଃ ପ୍ରାୟ ସମସ୍ତେ ଜାଣନ୍ତି ଭାତ ପ୍ରସ୍ତୁତ କରିବାକୁ ହେଲେ ଗରମ ପାଣିର ଆବଶ୍ୟକ ପଡ଼ିଥାଏ । ଖାଲି ସେତିକି ନୁହେଁ ପାଖାପାଖି ଏକ ଘଣ୍ଟା ଧରି ରୋଷେଇ କରିବା ପରେ ଚାଉଳରୁ ଭାତ ହୋଇଥାଏ ।
ହେଲେ ଏବେ ଥଣ୍ଡା ପାଣିରେ ବି ଭାତ ହେବବୋଲି କୁହାଯାଉଛି । କାରଣରେ ବଜାରରେ ଉପଲବ୍ଧ ହେଲାଣି ମ୍ୟାଜିକ୍ ଚାଉଳ । ଆପଣ ଚାଉଳକୁ ନେଇ ଅନେକ କଥା ଜାଣିଥିବେ । ବିଭିନ୍ନ ପ୍ରକାର ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତ ମଧ୍ୟ ଖାଉଥିବେ । ହେଲେ ଥଣ୍ଡା ପାଣିରେ ତିଆରି ହେଉଥିବା ଭାତ ନା କେବେ ଖାଇଥିବେ ନା କେବେ ଜାଣିଥିବେ । ତେବେ ଜାଣିନିଅନ୍ତୁ ଏ ବିଷୟରେ...
ସୂଚନା ମୁତାବକ ଏହି ମ୍ୟାଜିକ୍ ଚାଉଳର ନାଁ ‘କୋମଲ’ । ଏହା ଥଣ୍ଡା ପାଣିରେ ଭାତ ହୋଇଥାଏ ବୋଲି କୁହାଯାଉଛି । ‘କୋମଲ’ ଚାଉଳକୁ ବ୍ରହ୍ମପୁତ୍ର ନଦୀ ନିକଟସ୍ଥ ମାଜଲୀ ଦ୍ୱୀପରୁ ଆଣାଯାଇଥିବା କୁହାଯାଉଛି । ତାହାଛଡ଼ା ଏହାକୁ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତି ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏହି ଚାଉଳରେ ପୋଷକ ତତ୍ତ୍ୱ ଭରପୂର ପରିମାଣରେ ରହିଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଢେର ରହିଥିବା ଦେଖିବାକୁ ମିଳିଥାଏ ।
କୁହାଯାଉଛି କି, କୋମଲ ଚାଉଳକୁ ରୋଷେଇ କରିବାକୁ ହେଲେ କୌଣସି ଚୁଲା ବା ନିଆଁର ଆବଶ୍ୟକ ପଡ଼େନାହିଁ । କେବଳ ୩୦ ମିନିଟ୍ ଏହି ଚାଉଳକୁ ଥଣ୍ଡାପାଣିରେ ପକାଇଦେବା ଦ୍ୱାରା ଏହା ଆପେ ଆପେ ଭାତରେ ପରିଣତ ହୋଇଯାଇଥାଏ । ବଜାରରେ ଏହା କିଲୋ ପ୍ରତି ୬୦ରୁ ୮୦ ଟଙ୍କାରେ ବିକ୍ରି କରାଯାଇଥାଏ । ଯାହାକି ସ୍ୱାଦରେ ବହୁତ ଭଲ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)