• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲକ୍ଷ୍ନୌ: ଯୋଗୀଙ୍କ ଚେତାବନୀ । କହିଲେ ତାଲିବାନୀ ଜାଣିଛନ୍ତି ଭାରତକୁ ଆଡ଼ ଆଖିରେ ଚାହିଁବା ମାନେ ହିଁ ବିପଦ । ତାଲିବାନୀ ଯଦି ଭାରତକୁ ଟିକେ ବି କ୍ଷତି ପହଞ୍ଚାଇବାକୁ ଚିନ୍ତା କରନ୍ତି, ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ ହେବା ଥୟ । ରାଜଧାନୀ ଲକ୍ଷ୍ନୌରେ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜି ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ସେଥିପାଇଁ ତାଲିବାନ ଦ୍ୱାରା ପାକିସ୍ତାନ ଏବଂ ଆଫଗାନିସ୍ତାନ ଅକଳରେ ପଡିଛନ୍ତି । କିନ୍ତୁ ତାଲିବାନୀ ଜାଣନ୍ତି ଯଦି ସେମାନେ ଭାରତ ବିରୋଧରେ କିଛି ବି ଷ୍ଟେପ୍‌ ନିଅନ୍ତି ତେବେ ସେମାନଙ୍କ ପାଇଁ ଏୟାର ଷ୍ଟ୍ରାଇକ୍ ପ୍ରସ୍ତୁତ ଅଛି ।

ଯୋଗୀ ଆହୁରି କହିଛନ୍ତି ଏବେର ଭାରତ ଓ ପୂର୍ବର ଭାରତ ଭିତରେ ଅନେକ ପାର୍ଥକ୍ୟ ରହିଛି । ୨୦୧୪ ପୂର୍ବରୁ ଭାରତ ଯେଭଲି ଥିଲା ପରେ ଆଉ ସେଭଳି ନାହିଁ । ଭାରତ ଏବେ ବହୁତ ଉପରେ ରହିଛି । ୨୦୧୪ ପୂର୍ବରୁ, ଭାରତରେ ଅବିଶ୍ୱାସ, ଅରାଜକତା, ବିଶୃଙ୍ଖଳା ଏବଂ ଅସୁରକ୍ଷିତତାର ପରିବେଶ ଥିଲା । ଦେଶରେ ପ୍ରତିଦିନ ନୂଆ ସ୍କାମ ସାମ୍ନାକୁ ଆସୁଥିଲା । କିନ୍ତୁ ୨୦୧୪ରେ ବିଜେପି ସରକାର ଆସିବା ଅନେକ କ୍ଷେତ୍ରରେ ସୁଧାର ଆସିଛି । ଏବେ ଦେଶବାସୀ ଏହି ପାର୍ଥକ୍ୟ ସମ୍ପୂର୍ଣ୍ଣ ରୂପେ ଅନୁଭବ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ବେଳେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଯେଉଁମାନେ ରାମ ଭକ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ ସେମାନେ କ’ଣ ଆଜି କ୍ଷମା ମାଗିବେ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି । କୋର୍ଟ ମଧ୍ୟ ଆମକୁ ଠିକ୍ ବିବେଚନା କରିଛନ୍ତି । ଯୋଗୀ ଆହୁରି କହିଛନ୍ତି, ଯିଏ ରାମଙ୍କୁ ବିରୋଧ କରିଛି ଲୋକମାନେ ତାଙ୍କୁ ଜିରୋ କରିଦେଇଛନ୍ତି । କଂଗ୍ରେସ, ସପା ଏବଂ ବସପା ସରକାରଙ୍କର ରାଜ୍ୟ ବିକାଶ ସହ କୌଣସି ସମ୍ପର୍କ ନଥିଲା ।

ଏହି କାର୍ଯ୍ୟକ୍ରମ ପରେ ଅଯୋଧ୍ୟାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ସାଧୁମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଯଦି କେହି ପାକିସ୍ତାନକୁ ପ୍ରଶଂସା କରନ୍ତି ତେବେ ସେମାନଙ୍କୁ କ୍ଷମା ଦିଆଯିବ ନାହିଁ । ସେ କହିଛନ୍ତି, ମ୍ୟାଚ୍‌ରେ ହାର ଜିତ୍‌ ଅଛି କିନ୍ତୁ କେହି ଯଦି ଶତ୍ରୁ ଦେଶକୁ ସମର୍ଥନ କରିବ ତେବେ ସେମାନଙ୍କୁ ସେଭଳି ନିଷ୍ଠୁରତାର ସହ ଦଣ୍ଡିତ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଭାରତରେ ରହିବ ତାକୁ ଦେଶପ୍ରେମ ଦେଖାଇବାକୁ ପଡ଼ିବ । ଯଦି କେହି ଶତ୍ରୁ ଦେଶକୁ ସମର୍ଥନ କରୁଥିବା ଦେଖାଯାଏ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।