/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650371845.jpg)
Manoj Katiyar
ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କୁ ମିଳିଲା ନୂଆ ନିଯୁକ୍ତି । ମିଲିଟାରୀ ଅପରେସନର ପରବର୍ତ୍ତୀ ଡାଇରେକ୍ଟର ଜେନେରାଲ ହେଲେ ମନୋଜ କଟିୟାର । ଆସନ୍ତା ମେ’ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ମନୋଜ କୁମାର କଟିୟାର ।
Lieutenant General Manoj Kumar Katiyar has been appointed as the next Director-General of Military Operations. He would be taking over the new office on May 1st.
(File Pic) pic.twitter.com/pF3RSINXeh
— ANI (@ANI) April 19, 2022
ଅନ୍ୟପଟେ ଗତକାଲି ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କରିଚନ୍ତି କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିବେ । ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ ଠାରୁ ଦାୟିତ୍ୱ ନେବେ ମନୋଜ ପାଣ୍ଡେ ।
ତେବେ ଡିସେମ୍ବର ୩୧ ତାରିଖ ୨୦୧୯ ମସିହାରେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ । ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)